କାଠମାଫିଆ ଗରିଫ

(ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଲଲହଡାରେ ଜଣେ ଅନ୍ତଃରାଜ୍ୟ କାଠମାଫିଆ ଗରିଫ । ପାଲଲହଡା ବନବିଭାଗ ଦ୍ୱାରା ପେଟ୍ରୋଲିଂ ଚାଲିଥିବାବେଳେ ଜଣେ କାଠ ମାଫିଆକୁ ବାଇକରେ କାଠ ନେଉଥିବା ଦେଖି ତାକୁ ପାଳଲହଡା ଇଶ୍ବରନଗର ପଂଚାୟତର ନୁଡେଇ ପୋଲ ଠାରେ ଧରାପଡିଛି। ଫେରାର ହେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ତାଙ୍କୁ ବନବିଭାଗ ସ୍କ୍ବାଡ କାବୁକରି ନେଇଥିଲେ, ମାଫିଆ ହେଲେ ପାଳଲହଡା ବ୍ଲକ ପାଟବେଡା ଗ୍ରାମର ଲଛମନ କୋଡା ବୋଲି ଜଣାପଡିଛି । ପାଲଲହଡ ବନବିଭାଗ ତାକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।