ୱାଘା ସୀମା ବନ୍ଦ କଲା ପାକିସ୍ତାନ । ଭାରତର କଡା ପଦକ୍ଷେପ ପରେ ପାକିସ୍ତାନର ପାଲଟା ଜବାବ । କାଲି ଭାରତ ଅଟାରୀ ସୀମା ବନ୍ଦ ଘୋଷଣା କରିଥିଲା । ଭାରତ ପାଇଁ ଆକାଶ ମାର୍ଗ ମଧ୍ୟ ବନ୍ଦ କଲା ପାକିସ୍ତାନ । ସେପଟେ ପାକିସ୍ତାନ ନାଗରୀକଙ୍କୁ ୭୨ ଘଣ୍ଟା ମହଲତ । ପାକିସ୍ତାନୀ ନାଗରୀକ ପାଇଁ ଭିସା ବାତିକ କଲା ଭାରତ । ଯେଉଁ ପାକିସ୍ତାନୀ ନାଗରୀକ ଭିସା ପାଇଛନ୍ତି , ୨୭ ପରେ ତାହା ରଦ୍ଦ ହୋଇଯିବ ।

ଏବଂ ଯେଉଁ ପାକିସ୍ତାନୀ ଭାରତରେ ଅଛନ୍ତି ୭୨ ଘଣ୍ଟାରେ ଦେଶ ଛାଡନ୍ତୁ । ତେବେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ କ୍ରୋଧିତ ହୋଇଉଠିଛି । ସେପଟେ ଆତଙ୍କବାଦୀଙ୍କୁ କଡା ଜବାବ ଦେବାପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ଚେତାବନି ଦେଇଛନ୍ତି । ଏହାରୀ ମଧ୍ୟରେ ଭାରତର ନାଗରିକଙ୍କୁ ପାକିସ୍ତାନ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ଏବଂ ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଭାର ଫେରି ଆସିବାକୁ ନିଦେ୍ର୍ଦଶ ଦିଆଯାଇଛି ।
