ହିନ୍ଦୋଳ ଥାନାରେ ଆମ ପୋଲିସ୍ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ହିନ୍ଦୋଳ/ ଗୌତମ ମୁଦୁଲି: ଥାନାରେ ଆମ ପୋଲିସ୍ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ।  ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ସାଧାରଣ ଲୋକ ପୋଲିସ ଥାନା କୁ ଯିବାକୁ ଭୟ କରୁଥିବା ,ବିଭିନ୍ନ ମାମଲା ନେଇ ସଚେତନ ନ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇବାରେ ବ୍ୟାଘାତ ସୃଷ୍ଟି ହୋଇ ଆସୁଥିବା ବେଳେ ସାଧାରଣ କିଭଳି ସଚେତନ ହେବେ ସେ ନେଇ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନାରେ ଥାନା ଅଧିକାରିଣୀ ଚାରୁଲତା ବେହେରାଙ୍କ  ନେତୃତ୍ୱ ରେ ଆମ ପୋଲିସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୋକେ ଭୟ ନ କରି ବିଭିନ୍ନ ହିଂସାର ଶିକାର, ଘରୋଇ ଉତ୍ପୀଡନ,ବିଭିନ୍ନ ପ୍ରକାର ବେଆଇନ୍ କାର୍ଯ୍ୟ ନେଇ ହଇରାଣ,ହରକତର ଶିକାର, ଅସାମାଜିକ କାର୍ଯ୍ୟ କଳାପ ର ଦମନ କରିବା ନିମନ୍ତେ ସାଧାରଣ ଓ ପୋଲିସ ମଧ୍ୟରେ ଉପଯୁକ୍ତ ସୁ ସମ୍ପର୍କ କିଭଳି କିଭଳି ରହିବ ଏବଂ ସାଧାରଣ ଲୋକ ମାନଙ୍କୁ କିଭଳି ଭାବରେ ଏହି ସୁରକ୍ଷା ଯୋଗାଇ ଦିଆଯିବ ଏହା ଉପରେ ଆଲୋଚନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଥାନା ଉପନିରିକ୍ଷକ  ପ୍ରଦୀପ କୁମାର୍ ଶତପଥୀ  , ସହକାରୀ ଉପ ନିରୀକ୍ଷକ ଯଶୋବନ୍ତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ମାନିନୀ ପ୍ରଧାନ , ସମେତ ସମସ୍ତ ପୋଲିସ୍ କର୍ମଚାରୀ, ଡ଼୍ରାଇଭର ମହାସଂଘ ଏବଂ ବିଭିନ୍ନ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ।