ଆମ ଓଡିଆଙ୍କ ଜଳଖିଆ ଢେଙ୍କାନଳର ବିରି ବରା

ଭୁବନେଶ୍ୱର: ଆଜି ଏପ୍ରିଲ ୭ ତାରିଖ , ବରା ଦିବସ । ଢେଙ୍କାନଳ ଜିଲ୍ଲା ହେଉଛି ବରା ପାଇଁ ବେସ୍ ପ୍ରସିଦ୍ଧ । ବରା ତ ସବୁଠି ମିଳେ, ସମସ୍ତେ ଖାଆନ୍ତି, ହେଲେ ଢେଙ୍କାନାଳ ବରା ଟିକେ ନିଆରା । ଦେଶୀ ବିରି ଓ ଚାଉଳ ମିଶାଇ ପ୍ରସ୍ତୁତ ହୁଏ ଏହି ବରା  । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ  । ଆହୁରି ବି ଗରମ ବରାକୁ କଞ୍ଚା ପିଆଜ ସଙ୍ଗକୁ ଲଙ୍କା ଯିଏ ଖାଇଛି ତାର ମାଜା ସେ ହିଁ ଜାଣିଛି ।  ସକାଳ ଜଳଖିଆରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ବରାକୁ ଲୋକେ ପସନ୍ଦ କରନ୍ତି । ତେବେ ସାଧାରଣ ବରା ଅପେକ୍ଷା ଜିରା ଓ ଅଦା ମିଶା ବରାର ସ୍ବାଦ କିଛି ଅଲଗା ରହିଛି । ଏବେ ବି ଏହି ବରାର ଅଧିକ ଡିମାଣ୍ଡ ରହିଛି ।  କେବଳ ଖାଦ୍ୟ ନୁହେଁ ବରା ବହୁ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଦେଇଛି । ଆଜି ବରା ଦିବସରେ ବିଭିନ୍ନ ସ୍ଥାନରେ ଏହି ବରା ଖାଇ ସମସ୍ତେ ଏହି ଦିବସ ପାଳନ କରିଛନ୍ତି ।

ସାରା ଓଡ଼ିଶାରେ ପ୍ରସିଦ୍ଧିଲାଭ କରିଥିବା ଏହି ବରା ଜିଆଇ ଟ୍ୟାଗ ପାଇଁ ଯୋଗ୍ୟତା ରଖୁଥିବା ଦାବି କରିଛନ୍ତି ଢେଙ୍କାନାଳବାସୀ । ୨୦୨୩ ମସିହା ଏପ୍ରିଲ ୭ ତାରିଖକୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ବରା ଦିବସ ପାଳନ କରାଯାଇ ଆସୁଛି । ଏହି ଦିନ ଢେଙ୍କାନାଳବାସୀ ଏକାଠି ହୋଇ ସ୍ମୃତି, ଅନୁଭୂତି ବାଣ୍ଟିବା ସହ ବରା ଖାଇ ବରା ଦିବସ ପଳନ କରିଥାନ୍ତି । ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ବରା ଦିବସ ପାଳନ କରାଯାଇଛି ।