ସଡକ ଦୁର୍ଘଟଣାରେ ଜଣେ ମୃତ

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର) ; ଯଶିପୁର ଥାନା ଅନ୍ତର୍ଗତ ମାହାର୍ଦ୍ଦାପଳସାଠାରେ ଏକ ପଲସର୍ ବାଇକ୍ ଏବଂ ଏକ ପିକଅପ ଭ୍ୟାନ ସହିତ ମୁହାଁ ମୁହିଁ ଧକ୍କା ହୋଇଛି। ବାଇକରେ ଥିବା ଦୁଇଜଣଙ୍କ ମଧ୍ୟରୁ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଜଣଙ୍କର ଅବସ୍ଥା ସଂକଟାପନ୍ନ ଅଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଯଶିପୁର ବ୍ଲକ ଅଧିନସ୍ଥ କଲେଇତୁମ୍ବା ଗ୍ରାମର ଦୁଇ ଯୁବକ ପାଲୁରାମ କିସ୍କୁ(୨୪) ଏବଂ ବାସୁଦେବ ହେମ୍ବ୍ରମ(୨୬)ଏକ କଳା ପଲସର ବାଇକରେ ଜାମଡି ଗ୍ରାମରୁ ନିଜ ଗାଁକୁ ଫେରୁଥିବା ସମୟରେ ଯଶିପୁର ରୁ ଯାଉଥିବା ଏକ ପିକଅପ ଭ୍ୟାନଟି ସାମ୍ନା ପଟୁ ଆସି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର ଡାକ୍ତରଖାନାକୁ ଅଣାଯାଇଥିଲା।ଡାକ୍ତରଖାନାରେ ପାଲୁରାମଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବାସୁଦେବଙ୍କର ଅବସ୍ଥା ସଂକଟାପନ୍ନ ଅଛି।ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କରଞିିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।