ବିଷମ କଟକ/ରବିନ୍ଦ୍ର କୁମାର ସାହୁ:ଉଲେଖନିୟ କାର୍ଯ୍ୟ ପାଇଁ ବିଶ୍ୱ ବନ ଦିବସ -୨୦୨୪ ଅବସରରେ ରାୟଗଡା ବନଖଣ୍ଡରେ କାର୍ଯ୍ୟରତ ଦୁଇ ଜଣ ବନକର୍ମଚାରୀ ତଥା ଶ୍ରୀ ଗୌରୀ ଶଙ୍କର ସାହୁ (ଫରେଷ୍ଟର ) ଏଂବ ଶ୍ରୀ ପ୍ରଦୀପ କୁମାର ସାହୁ (ଫରେଷ୍ଟଗାର୍ଡ )ଙ୍କୁ ଆଜି ସମ୍ନାନିତ କରାଯାଇଛି । ଭୁବନେଶ୍ୱର ଜୟଦେବ ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ )ଶ୍ରୀ ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟବନ ସଂରକ୍ଷକ (ପି ଓ ଏସ. ଏମ ) ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଉପସ୍ଥିତିରେ ଉଭୟ ଦୁଇ ଜଣଙ୍କୁ ମାନପତ୍ର, ମେଡାଲ ସହ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଅଛି । ଦୁଇ ଜଣ ରାୟଗଡା ବନଖଣ୍ଡରେ ବହୁ ବର୍ଷ ହେବ କାର୍ଯ୍ୟ କରିଆସୁଥିବା ବେଳେ ଜଙ୍ଗଲରେ ନିଆଁ ଲିଭାଇବା, ଚାରାରୋପଣ, ବନ୍ୟଜନ୍ତୁ ଶିକାର ରୋକିବା, ଜଙ୍ଗଲରେ କାଠ ଚୋରି ନିୟତ୍ରଣ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା କ୍ଷେତ୍ରରେ ସମ୍ମାନିତ କରାଯାଇଛି ।