ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା : ସ୍ତ୍ରୀକୁ ହାଣିଲା ସ୍ୱାମୀ

ଭୁବନେଶ୍ୱର :  ସ୍ତ୍ରୀକୁ ହାଣିଲା ସ୍ୱାମୀ। ରାଜଧାନୀ ଭୁବନେଶ୍ୱରରେ ସୋମବାର ଏହି ଚାଞ୍ଚଲ୍ୟକର ଘଟଣା ହଇଚଇ ସୃଷ୍ଟି କରିଛି। ବରମୁଣ୍ଡା କୃତ୍ତିବନ୍ଧୁ ଆପାର୍ଟମେଣ୍ଟର ଏହି ଅଭାବନୀୟ ଘଟଣା ଘଟିଛି।  ଘଟଣା ଘଟିଛି ଭରତପୁର ଥାନା ଅଧୀନରେ , ପାରିବାରିକ ବିବାଦକୁ କେନ୍ଦ୍ରକରି ଘଟିଛି ଘଟଣା। ସ୍ବାମୀ ମାରଣାସ୍ତ୍ରକି ଲୁଚାଇ ଆଣିଥିଲା। ଦିନ ଗୋଟାଏ ବେଳେ ପତ୍ନୀ କାମ କରୁଥିବା ଆପାର୍ଟମେଣ୍ଟ ଭିତରେ  ପଶି, ମାରାନତକ ଆକ୍ରମଣ କରିଥିଲା। ପତ୍ନୀ ମଧୁସ୍ମିତା  ବହୁ କାକୁତି ମିନତି ହୋଇଥିଲେ, ଷ୍ଟାଫଙ୍କୁ ରକ୍ଷାକର କହି  ଚିତ୍କାର କରିଥିଲେ ହେଲେ  ଭୟରେ କେହି ପାଖକୁ ଆସିନଥିଲେ।  ରକ୍ତ ମୁଖ ସ୍ବାମୀ  ଆକ୍ରମଣ କରିବା  ପରେ ଖସିବଲ ବାକୁ ଉଦ୍ୟମ କରୁଥିଲା ହେଲେ ବିଲ୍ଡର ସଂସ୍ଥାର କର୍ମଚାରୀ  ତାକୁ କାବୁ କରିନେଥିଲେ। ପରେ ପୋଲିସ ସଂପୃକ୍ତ ବ୍ୟକ୍ତିକୁ  ଗିରଫ କରିଚି। ଅଫିସ କାର୍ଯ୍ୟାଳୟରୁ ତାକୁ ଗିରଫ କରାଯାଇଛି। ଆହତ ମହିଳା ଜଣଙ୍କ  ଅବସ୍ଥା ଶୋଚନୀୟ ରହିଚି।