ରଣଜୀ ଟ୍ରଫି: ଓଡ଼ିଶାର ଲଜ୍ଜାଜନକ ପରାଜୟ, ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା

Ranji Trophy 2025: ରଣଜୀରେ ଓଡ଼ିଶାର ପୁଣି ଏକ ଲଜ୍ଜାଜନକ ପରାଜୟ । ନାଗପୁରରେ ବିଦର୍ଭଠାରୁ ୧୦୦ ରନ୍‌ରେ ହାରିଲା ଓଡ଼ିଶା । ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା ଓଡିଶା । ଚଳିତ ସିଜିନ୍‌ରେ ଚତୁର୍ଥ ମ୍ୟାଚ୍‌ରେ ଓଡ଼ିଶାର ୩ୟ ପରାଜୟ । ଏଲିଟ୍‌ ଗ୍ରୁପ୍‌ ଏ’ରେ ଗୋଟିଏ ପଏଣ୍ଟ ସହ ସପ୍ତମ ସ୍ଥାନରେ ଓଡ଼ିଶା । ଦଳର ମୁଖ୍ୟ କୋଚ୍‌ଙ୍କ ଭୂମିକା ଓ ଦାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ ।

ତେବେ ବିଦର୍ଭ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଏହାର ଜବାବରେ ଓଡିଶା ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨ ୱିକେଟ ବିନିମୟରେ ୨୧୮ ରନ କରି ଇନିଂସ ଘୋଷଣା କରିଥିଲା । ଓଡିଶା ସମ୍ମୁଖରେ ୩୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ଓଡିଶା ୨୪୪ ରନ କରି ଅଲଆଉଟ ହୋଇ ଯାଇଥିଲା ।ସ୍ୱସ୍ତିକ ସାମଲ ୬୫, ଗୌରବ ଚୌଧୁରୀ ୪୭ ଓ ଗୋବିନ୍ଦ ପୋଦ୍ଦାର ୪୬ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଓଡିଶା ବିଜୟ ହାସଲ କରିପାରି ନ ଥିଲା । ଓଡିଶା ୪ ମ୍ୟାଚରୁ ୧ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି । ବିଦର୍ଭ ୪ ମ୍ୟାଚରୁ ୧୯ ପଂଏଟ ପାଇ ଗ୍ରୁପ ଏରେ ଶୀର୍ଷ ସ୍ଥାନରେ ରହିଛି ।