ମହାସପ୍ତମୀରେ ୟଶ୍‌ଙ୍କ ସହ ରୋମାଣ୍ଟିକ୍‌ ପୋଜରେ ନୁସରତ

ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସିଛନ୍ତି।

(ମୁମ୍ବାଇ) : ଟିଏମ୍‌ସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସିଛନ୍ତି। ପୁଅର ଜନ୍ମ ପରେ ୟଶ ଦାସଗୁପ୍ତାଙ୍କ ସହ ରିଲେସନ୍‌ସିପ୍‌ ନେଇ ସେ ଅଧିକ ଚର୍ଚ୍ଚାରେ ଅଛନ୍ତି। ତେବେ ବର୍ତ୍ତମାନ ଦୁର୍ଗା ପୂଜା ଅବସରରେ ନୁସରତ ଏକ ଫେଷ୍ଟିଭ୍‌ ଫଟୋ ସୁଟ୍‌ କରାଇଛନ୍ତି। ଯେଉଁଥିରେ ଉଭୟେ ନୁସରତ ଓ ୟଶଙ୍କ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଇନ୍‌ଷ୍ଟାଗ୍ରାମ୍‌ରେ ୟଶ ଦାସଗୁପ୍ତାଙ୍କ ଫ୍ୟାନ୍‌ ପେଜ୍‌ରେ କେତେକ ଫଟୋ ସେୟାର କରାଯାଇଛି। ଏଥିରେ ନୁସରତ ୟଶ ଦାସ ଗୁପ୍ତାଙ୍କ ସହ ରୋମାଣ୍ଟିକ୍‌ ପୋଜ୍‌ ଦେଉଥିବା ନଜର ଆସିଛି । ଏହି ପୂଜା ଗେଟ୍‌ଅପ୍‌ରେ ନୁସରତଙ୍କ ଲୁକ୍‌ ଖୁବ୍‌ ସୁନ୍ଦର ଦେଖିବାକୁ ମିଳିଛି । ଫଟୋରେ ନୁସରତ ଏକ ଗୋଲ୍ଡେନ୍‌ ବର୍ଡର ଥିବା ଆକାଶିଆ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ମ୍ୟାଚ୍‌ କରି ଏମ୍ରୋଡରି କରାଯାଇଛି । ଏହି ଫଟୋକୁ ନୁସରତ୍‌ ମଧ୍ୟ ନିଜ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ସେୟାର କରିଛନ୍ତି ଓ କ୍ୟାପସନ୍‌ରେ ଲେଖିଛନ୍ତି-ଶୁଭୋ ମହାସପ୍ତମୀ।