ମୁସଲମାନଙ୍କ ଆକ୍ରୋଶର ଶିକାର ହେଲେ ନୂପୁର

ଭଦ୍ରକ (ସେକ ଫାଇଜାନ କାଦରୀ):ନୁପୁର ଶର୍ମା ଓ ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଭଦ୍ରକ ଯୁବ ମୁସଲିମ ଜମାତ ସଂଗଠନ ତରଫରୁ ପୁରୁଣା ବଜାର ସ୍ଥିତ ମଲ୍ଲିକ ମୈଦାନ ଠାରେ ଏକ ସଭା ଆୟୋଜିତ ହୋଇଯାଇଛି । ସୂଚନାଅନୁଯାୟୀ ବିଜେପିର କାର୍ୟ୍ୟକର୍ତା ନୁପୁର ଶର୍ମା ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ବିଷୟରେ କଟୁ ମନ୍ତବ୍ୟ ଦେଇଥିବାରୁ ସାରା ବିଶ୍ୱର ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏହାକୁ ଅତି ନିନ୍ଦା କରୁଛନ୍ତି. । ସେହିପରି ଭଦ୍ରକର ମୁସଲମାନ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଅତି ନିନ୍ଦା ସହିତ କୁଶ ପୁତ୍ତଳିକା ଦାହ କରିଥିଲେ . । ଏନେଇ ଆଜି ଭଦ୍ରକ ଏସଡିପିଓଙ୍କୁ ନୁପୁର ଶର୍ମା ଓ ତାଙ୍କ ସମର୍ଥକଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭଦ୍ରକ ଯୁବ ମୁସଲିମ ଜମାତ ସଂଗଠନ । ଏହି ଅବସରରେ ପ୍ରଫେଟ ମହମ୍ମଦଙ୍କ ସୃତି ଉଦ୍ଦେଶ୍ୟରେ ଭଦ୍ରକରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।