ଘଣ୍ଟାଏ ଭିତରେ ଖୋଲ ଧବଳେଶ୍ୱର ମନ୍ଦିର ଦ୍ୱାର , ପ୍ରଶାନରର ନୋଟିସ

ଆଠଗଡ : ରାତି ପାହିଲେ ବଡ ଓଷା । ମାତ୍ର ପ୍ରଶାସନ ଓ ପୂଜକ ପରସ୍ପର ମୁହାଁ ମୁହିଁ ହୋଇଛନ୍ତି । ନିଜ ଜିଦରେ ଅଟଳ ରହିଛି ପୂଜକ ସମିତି । ପୀଠରେ ଲାଗିଥିବା ବ୍ୟାରିକେଟ ଯୋଗୁଁ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଉଥିବା ପୂଜକ ଅଭିଯୋଗ ଆଣିଛନ୍ତି ଏବଂ ଏହାକୁ ନେଇ ଦୀର୍ଘ ୬ଘଣ୍ଟା ଧବଳେଶ୍ୱର ସାଧାରଣ ପାଇଁ ଦର୍ଶନ ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ଯାଏଁ ମନ୍ଦିର ତାଲା ପକାଇ ବସିବେ ପୂଜକ ।

ଅନ୍ୟପଟେ ଧବଳେଶ୍ୱର ମୁଖ୍ୟ ଫାଟକରେ ପ୍ରଶାସନ ପକ୍ଷରୁ ଲାଗିଲା ନୋଟିସ୍ । ୧ ଘଣ୍ଟା ମଧ୍ୟରେ ମନ୍ଦିର ଦ୍ୱାର ନଖୋଲିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି ।