କାଲି କୋଟିଆରେ ନିର୍ବାଚନ , ପ୍ରଶାସନ ପକ୍ଷରୁ କଡା ପ୍ରସ୍ତୁତି
ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ।
(କୋଟିଆ) : ଆସନ୍ତା କାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ପଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ୧୩ ଟି ୱ୍ବାର୍ଡର ୬ଟି ବୁଥକୁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଏକାଧିକ ସ୍ଥାନରେ ଫ୍ଳାଗମାର୍ଚ୍ଚ ସହ ରାତ୍ରୀ କାଳୀନ ପାଟ୍ରୋଲିଂ ଜାରି ରହିଛି। ଅନ୍ୟପଟେ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। କୋଟିଆରେ ଶାନ୍ତି ଶୃଙ୍ଖଳା ଭଙ୍ଗ କରିବା ଆଶଙ୍କାରେ ୧୨ ଜଣ ଆନ୍ଧ୍ର ଏଜେଣ୍ଟଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି।
ସୂଚନାନୁଯାୟୀ , ୧୩ଟି ବୁଥରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବା ସହ ବିଏସଏଫ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ବରେ ମୃତୟନ କରାଯାଇଛି । ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥରେ କଡା ସୁରକ୍ଷା, ଗାଡି ଚେକିଂ, ପୋଲିସ ପାଟ୍ରୋଲିଂ କରାଯାଉଥିବା ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ସୂଚନା ଦେଇଛନ୍ତି।