ଧୂମପାନ  ନିଷେଧ ଦିବସ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ଧୂମପାନ ନିଷେଧ ଦିବସ ବା ନୋ ସ୍ମୋକିଂ ଡ଼େ । ୧୯୮୪ରୁ ପ୍ରତିଷର୍ବ ମାର୍ଚ୍ଚ ଦ୍ୱୀତୀୟ ବୁଧବାର ଦିନ ବିଶ୍ୱ ସ୍ତରରେ ଏହା ପାଳନ କରାଯାଉଛି । ଧୂମପାନର ଭୟାବହତା ସଂପର୍କରେ ଜନସଚେତନତା ସୃଷ୍ଟି କରିବା । ଏହି ଦିବସ ପାଳନର ଲକ୍ଷ୍ୟ । ଧୂମପାନର ଅର୍ଥ ମୁଖ୍ୟତଃ ବିଡ଼ି ସିଗାରେଟ ସେବନ । ସିଗାରେଟରେ ୪୮୦୦ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ସେଥିରୁ ୬୯ ଟି କର୍କଟ ସୃଷ୍ଟିକାରୀ । ବିଶ୍ୱବାସୀ ପ୍ରତି ଦିନ ୧୫୦୦ କୋଟି ସିଗାରେଟ ପିଉଥିବା ଜଣାଯାଏ । ଏହାର ଏକ ତୃତୀୟାଂଶ ଚାଇନିଜ୍ମାନେ ପିଅନ୍ତି । ଆମ ଦେଶଷର ଧୂମପାନ ଯୋଗ୍ୟୁ ପ୍ରତି ୬ ସେକେଣ୍ଡରେ ଜଣଙ୍କର ଜୀବନ ଯାଉଛି । ଧୂମପାନ ଯୋଗୁଁ ମୁଖଗହ୍ୱର , ହୃତପିଣ୍ଡ ଯକୃତ ଫୁସଫୁସ ଅଗ୍ନାଶୟ ଓ ଖାନ୍ୟଜନିତ ଇତ୍ୟାଦି ରୋଗାକ୍ରାନ୍ତ ହୁଏ । ଉଚ୍ଚ ରକ୍ତ ଚାପ ହୃଦଘାତ ନପୁସଂକତା ପକ୍ଷାଘାତ , ଫୁସଫୁସ କର୍କଟ ବୃକ୍କ କର୍କଟ ଖାଦ୍ୟନଳି କର୍କଟ ସ୍ୱରନଳି କର୍କଟ ଖାଦ୍ୟନଳି କର୍କଟ ଓ ଅଗ୍ନାଶୟ କର୍କଟ ଆଦି ହୋଇଥାଏ । ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର କର୍ଷ କମୁଥିବା ପ୍ରମାଣିତ । ଏହା ଦ୍ୱାରା ରକ୍ତକର୍କଟ , ଯକୃତ କର୍କଟ,ବୃହନନ୍ତ୍ର କର୍କଟ ଓ ପିତ୍ତକୋଷ କର୍କଟ ରୋଗୀ ସଂଖ୍ୟା ବଢୁଛି । ଧୂମପାନ ଦ୍ୱାରା ନାନା ବିଷାକ୍ତ ରାସାୟନିକ ପଦାର୍ଥ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରେ । ଶିରା ପ୍ରଶିରା ସଙ୍କୁଚିତ ହୋଇ ବାରଜନସ ରୋଗ ହୁଏ । ରକ୍ତରେ କୋଲେଷ୍ଟରୋଲ ଫିବ୍ରିନୋଜେନ୍ ବଢି ହୃଦଘାତ ହୁଏ । ଏହା ଦ୍ୱାରା ଖାଦ୍ୟନଳି ଓ ପେଟରେ ମଧ୍ୟ ଘାଆ ହୁଏ । ତେଣୁ ସତର୍କ ରହନ୍ତୁ ।