(ଅନୁସ୍ୱୟା)ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗି ରହିଥିଲା । ଏପରିକି ସେପ୍ଟେମ୍ବରରେ ବର୍ଷାର ପରିମାଣ ଅଧିକ ରହିଥିଲା । ଯାହାକୁ ନଜରରେ ରଖି ଦଶହରା ଧୋଇ ହୋଇଯିବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଆସନ୍ତା ଏକ ସପ୍ତାହ ଧରି ପାଗ ଶୁଖିଲା ରହିବ । ବର୍ଷାର ପ୍ରଭାବ ଦଶହରା ଉପରେ ପଡିବ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆଗାମୀ ୭ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ବର୍ଷାର ସମ୍ଭାବନା ବହୁତ କମ ରହିଛି । କିଛି ସ୍ଥାନରେ ଅପରାହ୍ନରେ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ବର୍ଷା ସମ୍ଭାବନା ନଥିବା ଖବର ଆସିବା ପରେ ଏଥର ଦୁର୍ଗାପୂଜା ଧୂମଧାମରେ ପାଳନ ହେବ ବୋଲି ଅନୁମାନ କରାଯାଉଛି ।