ସିଏମସିର କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ିପାରିବେନି; ମେୟର ସୁବାସ ସିଂ

କଟକ: ଆସୁଛି ବାତ୍ୟା ‘ଦାନା’ । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପରିକି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରିଦେଇଛନ୍ତି । ଏହି କ୍ରମରେ ସିଏମସିର କୌଣସି ଅଧିକାରୀ କଟକ ଛାଡ଼ିପାରିବେ ନାହିଁ ବୋଲି ମେୟର  ସୁବାସ ସିଂ କହିଛନ୍ତି । ସିଏମସିର ଜରୁରୀ ବୈଠକ ପରେ ମେୟର ଏହା କହିଛନ୍ତି । ସେ କହିଛନ୍ତି ଯେ ସିଏମସିର କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ିପାରିବେନି । ୭୯ଟି ବସ୍ତିରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯିବ । ତଳିଆ ଅଞ୍ଚଳର ପାଇଁ ପମ୍ପସେଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ତେବେ କର୍ତ୍ତବ୍ୟରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର କହିଛନ୍ତି ।