ଏଣିକି ରାତିରେ ହେବନି ଫୁଡ ଡେଲିଭେରି , କଟକଣା ଜାରି
ଣିକି ନୋଏଡା-ଗ୍ରେଟର ନୋଏଡାରେ ରାତି ସମୟରେ ହେବନି ଫୁଡ୍ ଡେଲିଭରୀ । ଏଠାରେ ରାତି ସମୟରେ ରେସ୍ତୋରାଁ-ହୋଟେଲରୁ ହେଉଥିବା ଫୁଡ୍ ଡେଲିଭରୀ ଉପରେ ବ୍ୟାନ୍ ଲଗାଇ ଦିଆଯାଇଛି ।
(ଉତ୍ତରପ୍ରଦେଶ) : ଏଣିକି ନୋଏଡା-ଗ୍ରେଟର ନୋଏଡାରେ ରାତି ସମୟରେ ହେବନି ଫୁଡ୍ ଡେଲିଭରୀ । ଏଠାରେ ରାତି ସମୟରେ ରେସ୍ତୋରାଁ-ହୋଟେଲରୁ ହେଉଥିବା ଫୁଡ୍ ଡେଲିଭରୀ ଉପରେ ବ୍ୟାନ୍ ଲଗାଇ ଦିଆଯାଇଛି । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଫୁଡ୍ ଡେଲିଭରୀ କରିବା ଉପରେ ବ୍ୟାନ୍ ରହିବ । କରୋନା ମହାମାରୀ ଯୋଗୁଁ ୟୁପିରେ ଏବେ ନାଇଟ୍ କର୍ଫ୍ୟୁ ଜାରି ରହିଛି । ଦେଶରେ ପୁଣି କରୋନା ମାମଲା ବୃଦ୍ଧିକୁ ନଜରରେ ରଖି ନୋଏଡା ପୋଲିସ ରାତିର କର୍ଫ୍ୟୁକୁ କଡା କରିବା ପାଇଁ ନିଷ୍ପତି ନିଆଯାଇଛି ।
ସୂଚନାନୁଯାୟୀ , କରୋନା ମହାମାରୀ ଯୋଗୁଁ ନୋଏଡା-ଗ୍ରେନୋ ସମେତ ସାରା ୟୁପିରେ ଧାରା-୧୪୪ ଲାଗୁ ହୋଇଛି । ଏହି ଧାରାକୁ କଡା କଡି କରିବା ପାଇଁ ରାତିରେ ଫୁଡ୍ ଡେଲିଭରୀକୁ ବ୍ୟାନ୍ କରିବା ପାଇଁ ଆଦେଶ ଦିଆଯାଇଛି । ନୋଏଡାର ପୋଲିସ କମିଶନର ଆଲୋକ ସିଂହ କହିଛନ୍ତି ଯେ ଗତ ବର୍ଷ ଲକଡାଉନ ଯୋଗୁଁ ସବୁ କିଛି ବନ୍ଦ ଥିଲା । ଏଥିପାଇଁ ସରକାର ଲୋକଙ୍କ ପର୍ଯ୍ୟନ୍ତ ସାମଗ୍ରୀ ପହଞ୍ଚାଇବା ପାଇଁ ହୋମ୍ ଡେଲିଭରୀକୁ ବାଧ୍ୟତାମୂଳକ ସେବାରେ ସାମିଲ କରିଥିଲେ ।