ଖୋର୍ଦ୍ଧା / ପ୍ରବୀଣ ଭଞ୍ଜ : ଖୋର୍ଦ୍ଧା ସହର ଉପକଣ୍ଠରେ ଗଢି ଉଠିଥିବା ଆର୍ୟାବର୍ତ୍ତ ଆନିସେଣ୍ଟ ଏକାଡେମୀ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ତୃତୀୟ ଓଡ଼ିଶା ଏନସିସି ନାଭାଲ୍ ୟୁନିଟ୍ ଖୋଲିବା ଏବଂ କ୍ରିୟାଶୀଳ କରିବା ପାଇଁ ପାଇଁ ନାଭାଲ ୟୁନିଟ୍ ଏନସିସି କଟକ ପକ୍ଷରୁ ମିଳିଛି ଅନୁମୋଦନ। ଏହି ୟୁନିଟ ଖୋଲିବା ଦ୍ବାରା ଏନସିସିରେ ଯୋଗ ଦେଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଭବିଷ୍ୟତରେ ଦେଶମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିପାରିବେ । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ଏନସିସି ଓ ନାଭାଲ ୟୁନିଟ୍ ମୁଖ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଏ ନେଇ ଓଡିଶା ଏନସିସି ୟୁନିଟ୍ ମୁଖ୍ୟ କମଣ୍ଡାଣ୍ଟ ସାଗର କୁମାର ମହାନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏନସିସିରେ ଭୂମିକାକୁ ନେଇ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ।