ରାଇରଙ୍ଗପୁର : ପାହାଡ,ଜଙ୍ଗଲ ଛାଡି ହାତୀ ଏବେ ଜନବସତି ମୁହାଁ। ମୟୁରଭଞ୍ଜ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକାଂଶ ସମୟରେ ଦେଖିବାକୁ ମିଳୁଥିବା ବେଳେ ବେତନଟୀ ରେଞ ଅଞ୍ଚଳରେ ଥିବା ପୁରୁଣିଆର କେଶୁରା ଜଙ୍ଗଲରେ ଦୁଇଗୋଟି ଗୋଠଛଡ଼ା ହାତୀ ତିନି ଚାରି ଦିନ ଧରି ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଥିଲେ ଜ୍ଝ ଅଧିକାଂଶ ଲୋକଙ୍କ କଚା ଘର ଥିବାରୁ ଆତଙ୍କିତ ଭାବେ ଗ୍ରାମରେ ଥିବା ଗୋଟେ ମାତ୍ର କୋଠା ଆଶ୍ରୟ ନେଉଥିଲେ। ହାତୀ ଦ୍ୱୟଙ୍କୁ ଘଉଡ଼ାଇବା ପାଇଁ ଦିନରାତି ଏକ କରିଦେଇଥିବା ବନବିଭାଗ ଆଜି ଘଉଡ଼ାଇବାରେ ସଫଳତା ହାସଲ କରିଛି।
ରବିବାର ଭୋର ସମୟରେ ହେମପୁର, ବାଲିଚିତ୍ରି ହେଇ ଗଡଦେଉଳିଆ ଠାରେ ଉଠିଥିଲେ। ଗଡଦେଉଳିଆ ଛକ ନିକଟରେ ଥିବା ନାଣାୟଣ ମାଝୀଙ୍କ ଘର ବାରଣ୍ଡାରେ ଥିବା ଚାଉଳ ବୁରାକୁ ଟେକିଆଣି ଖାଇଥିଲେ। ପରେ ଲାଖବିନ୍ଧା, ଭାନୁପୁର ଗ୍ରାମରେ ପ୍ରବେଶ କରିଥିଲେ। ଗ୍ରାମରେ କାରି କିଛି କ୍ଷୟକ୍ଷତି କରିନଥିଲେ ବି ହାତୀ ଦେଖିବା ପାଇଁ ଚାରିଆଡେ ଲୋକ ଘେରିଯାଇଥିଲେ। ଗ୍ରାମରୁ ହାତୀ ବାହାର କରିବା ପାଇଁ ବନବିଭାଗ ନାକେଦମ୍ ହୋଇଯାଇଥିଲେ । ହାତୀର ନିକଟତର ନ ହେବା ପାଇଁ ବନବିଭାଗ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରୁନଥିବାର ଦେଖିବାକୁ ମିଳିଛି। ପରେ ହାତୀକୁ ଘଉଡ଼ାଇ ବାଲକା ଦେଇ ବୈଶିଙ୍ଗା ନିକଟ କ୍ଷୀରିପଦା ବଡାମ ଜଙ୍ଗଲ ପର୍ୟ୍ୟନ୍ତ ଘଉଡ଼ାଇ ନେଇଛନ୍ତି ବନବିଭାଗ।