ଭବାନୀପାଟଣା ସହରରେ ପାଳିତ ହୋଇଯାଇଛି ମହମ୍ମଦଙ୍କ ଜନ୍ମ ଜୟନ୍ତୀ

କଳାହାଣ୍ଡି / ଜନକ ପୋଡ଼: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ବେଶ ଧୁମଧାମରେ ପାଳନ କରିଛନ୍ତି । ଏହି ଅବସରରେ ନଗର ପରିକ୍ରମା ସହ ମସଜିଦ ରେ ସାମୂହିକ ଭାବେ ନମାଜ ପାଠ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଂଚଳ ବହୁ ମୁସଲିମ ସଂପ୍ରଦାୟର ଲୋକେ ସାମିଲ ହୋଇଥିବା ସହ ମୁସଲିମ ଧର୍ମ ଗୁର ମାନେ ଯୋଗ ଦେଇ ଭବାନୀପାଟଣା ସହର ପରିକ୍ରମା କରିଥିଲେ । ମହମ୍ମଦଙ୍କ ପବିତ୍ର ଜନ୍ମ ଦିନ ଅବସର ରେ ସମାଜ ରେ ଶାନ୍ତି , ଏକତା,ମୌତ୍ରୀ ଓ ଭାଇଚାରାର ବାର୍ତ୍ତା କୁ ନେଇ ଚାଲିବା ଏହାର ମୂଖ୍ୟ ଉଦ୍ଦେଶ୍ୟ ବୋଲି ବାର୍ତ୍ତା ଦେଇଥିଲେ । କୁହାଯାଏ ଏହିଦିନ ଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିଲା । ତେଣୁ ଏହି ଦିନକୁ ଚିରସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ ‘ଇଦ-ମିଲାଦୁନ-ନବି’ ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି।