ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରହିବ ବିଧାନସଭା
ଭୁବନେଶ୍ୱର/ଆଦର୍ଶ ରାଉତ: ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ । ଏହାକୁ ନେଇ ଆଜି ଡିଜିପି ଅଭୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ସମସ୍ତ ଯାଞ୍ଚ ପରେ ଡିଜିପି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଲଳୀତ ଦାସ, ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ, ଗୁଇନ୍ଦା ଡିଆଇଜି ଅନୁପ ସାହୁ, ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ବିଧାନସଭା ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଧାନସଭା ସୁରକ୍ଷାରେ ୩୫ ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ୧୦୦ ଅଧିକାରୀ ନିୟୋଜିତ ରହିବେ । ବିଧାନସଭା ପରିସରକୁ କୁଇକ ଆକ୍ସନ ଟିମ ଜଗି ରହିବା ବେଳେ ବିଧାନସଭା ବାହାରେ ୫ ଜାଗାରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଏହି କଣ୍ଟ୍ରୋଲରୁମରେ ଷ୍ଟାଇକିଂ ଫୋର୍ସ ମୁତୟନ ରହିବେ । ଲୋୟର ପିଏମଜିର ଧାରଣାସ୍ଥଳରେ ବିଭିନ୍ନ ସଂଗଠନ ତରଫରୁ ଧାରଣା ଦେବାକୁ ଅନୁମତି ଦିଆଯିବ । ଗତ କିଛି ବର୍ଷ ହେବ ବିଧାନସଭା ସମୟରେ ଦେଖାଦେଉଛି ଆତ୍ମାହୁତୀ ପରି ଘଟଣା । ଏହାକୁ ଏଡାଇବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ଡିଜିପି ଅଭୟ ପ୍ରକାଶ କରିଛନ୍ତି ।