ଗାନ୍ଧୀନଗର : ପାଖେଇ ଆସୁଛି ଗୁଜୁରାଟ ବିଧାନ ସଭା ନିର୍ବାଚନ । ଏନେଇ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରମୁଖ ରାଜନୌତିକ ଦଳ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଗୁଜୁରାଟ ଗସ୍ତ କରିବେ । ଆଗକୁ ହେବାକୁଥିବା ନିର୍ବାଚନକୁ ଆଖିଆଗରେ ରଖି ମୋଦି ଆଜି ରାଲିକୁ ସମ୍ବୋଧନ କରିବେ । ଗୁଜୁରାଟର ଭଲସାଦ ଜିଲ୍ଲାର ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବୋଧିତ କରିବା ସହ ଭାବନଗରରେ ଆୟୋଜିତ ହେବାକୁ ଥିବା ଗଣ ବିବାହ କାର୍ଯ୍ୟକ୍ରମରେ ଯୋଗଦେବେ । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗୁଜୁରାଟ ଗସ୍ତ ।
ଏହାପରେ ସନ୍ଧ୍ୟା ୫ଟା ୪୫ ମିନିଟ ସମୟରେ ଭାବାନଗରରେ ଆୟୋଜିତ ପାପା ନି ପରି ଗଣ ଉତ୍ସବରେ ଯୋଗଦେବେ । ଏହି ବିବାହରେ ବାପାକୁ ହରାଇଥିବା ୫୨୨ଜଣ ଝିଅ ବିବାହ ବନ୍ଧନରେ ବାନ୍ଧି ହେବେ । ଭୋଜପୁରୀ ଗୀତ କମରିୟା ଲେଖି ଟ୍ବିଟ କଲେ ମସ୍କଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିକୁ ଜୋରଦାର କରିଛି । ଅକ୍ଟୋବର ୧୩ ତାରଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଗୌରବ ଯାତ୍ରାର ଉଦଘାଟନ କରିଥିଲେ । ତେବେ ଏହା ପୂର୍ବରୁ ଅକ୍ଟୋବର ୧୨ ତାରିଖରେ ମୋଦି ରାଜକୋଟ ଜିଲ୍ଲାର ଜାମକାନଡୋରନାରେ ଅକ ସାଧାରଣ ସଭାକୁ ସମ୍ବେଧିତ କରିଥିଲେ ।