ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ ଭୁଟାନ ଗସ୍ତ

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ୨ ଦିନିଆ ଭୁଟାନ ଗସ୍ତ କରୁଛନ୍ତି । ଦୁଇ ଦିନିଆ ଗସ୍ତରେ ମୋଦୀ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱୀପାକ୍ଷିକ ଆଲୋଚନା କରିବେ । ଏଥିରେ ଜଳ ବିଦ୍ୟୁତ କ୍ଷେତ୍ରରେ ସହଯୋଗ ସହିତ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସଂପର୍କ ମଜବୁତ କରିବା ପ୍ରସଙ୍ଗ ମଧ୍ୟ ସାମିଲ ଅଛି ।

ବିଦେଶ ମନ୍ତ୍ରାଳୟ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ପ୍ରଧାନମନ୍ତ୍ରୀ ଡ. ଲୋଟେ ଶେରିଙ୍ଗଙ୍କ ନିମନ୍ତ୍ରଣ ପାଇ ସେଠାକୁ ଯାଉଛନ୍ତି । ଏହି ଗସ୍ତ କାଳରେ ସେ ଭୁଟାନ ରାଜା ଜିଗମେ ଖେସର ନାମଗ୍ୟାଲ ୱାଗଚୁକ ଓ ଭୁଟାର ୪ର୍ଥ ରାଜା ଜିଜମେ ସିଗ୍ୟେ ୱାଙ୍ଗଚୁକଙ୍କୁ ଭେଟିବେ । ସେ ଭୁଟାନ ପ୍ର୍ରଧାନମନ୍ତ୍ରୀ ଡ. ଲୋଟେ ଶେରିଙ୍ଗଙ୍କ ସହ ବୈଠକରେ ଯୋଗଦେବେ । ମନ୍ତ୍ରାଳୟ ଅନୁସାରେ ଭାରତ ଏବଂ ଭୁଟାନ ସମୟ ସହିତ ତାଳ ଦେଇ ସ୍ୱତନ୍ତ୍ର ସଂପର୍କକୁ ଆଦାନ ପ୍ରଦାନ କରିଥାନ୍ତି ଏବଂ ଉଭୟ ଦେଶ ସାଂସ୍କୃତିକ ଓ ଲୋକଙ୍କ ମଧ୍ୟରେ ସଂପର୍କ ସହିତ ବୁଝାମଣା କରିଥାନ୍ତି । ଜଣେ ଅନ୍ୟକୁ ଭଲ ସମ୍ମାନ ଦେଇଥାନ୍ତି । ମୋଦୀଙ୍କ ଗସ୍ତ ସମୟରେ ଉଭୟ ଦେଶ ଦ୍ୱୀପାକ୍ଷିକ ଆଲୋଚନା ହେବ । ଏଥି ସହିତ ପୂର୍ବରୁ ଥିବା ସଂପର୍କକୁ ଆହୁରି ନୀବିଡ଼ କରାଯିବ । ଉଭୟ ଦେଶ ଆର୍ଥିକ ଓ ବିକାଶ ପ୍ରସଙ୍ଗରେ ସହଯୋଗ ପାଇଁ ଦ୍ୱିପାକ୍ଷୀକ ସଂପର୍କକୁ ମଜବୁତ କରିବା ନେଇ ଆଲୋଚନା କରିବେ ।