(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ହ୍ରାସ ହୋଇଥିବା ମୋ ବସ ଭଡା ଆସନ୍ତା ୨ ମାସ ଅର୍ଥାତ ମାର୍ଚ୍ଚ ୩୧ ଯାଏଁ ସ୍ଥିର ରହିବ । ଶୀତଦିନ ପାଇଁ ଆସନ୍ତା ଡିସେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ମୋ ବସ ଯାତ୍ରୀ ଏସି ବସର ଭଡ଼ା ହ୍ରାସ କରାଯାଇଥିଲା । ତେବେ ଏସି ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଡିସେମ୍ବର ପହିଲାରୁ ୩୮ ପ୍ରତିଶତ କମ ଭଡା ଦେବାକୁ ପଡ଼ୁଛି । ଏହାର ଅବଧି ଜାନୁଆରୀ ୩୧ରେ ସରିବାକୁ ଥିବା ବେଳେ ପୁଣି ଏହି ସମୟ ସୀମାକୁ ବଢାଇ ଦିଆଯାଇଛି । ଏହି ରିହାତି ଭଡ଼ା ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ଯାଏଁ ରହିବା ନେଇ କ୍ରୁଟ ପକ୍ଷରୁ ନିଷ୍ପତି ହୋଇଛି । ଏହାସହ ବସ୍ ଭଡ଼ା ଦେବା ବେଳେ ଏବେ ଆଉ ଖୁଚୁରା ପଇସା ପାଇଁ ଚିନ୍ତା କରିବାକୁ ପଡିବନି । ଏହି ନୂଆ ଭଡା ଅନୁସାରେ ଭୁବନେଶ୍ୱରରେ ନନ୍ ଏସି ପାସ୍ ୬୦୦ରୁ ୫୫୦ ଟଙ୍କାକୁ କମିଛି । ଏସି ପାସ୍ ୯୦୦ରୁ ୭୦୦ ଟଙ୍କାକୁ କମିଛି । ମ୍ୟାଜିକ୍ ନନ୍ ଏସି ପାସ୍ ୧୨୦୦ରୁ ୧୧୦୦ ଓ ଏସି ପାସ୍ ୧୮୦୦ରୁ ୧୫୦୦ ହୋଇଛି ।