୫ଟି ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଡିଏମ୍‌କେର ଏମ୍‌କେ ଷ୍ଟାଲିନ

(ଚେନ୍ନାଇ) : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମ୍‌କେର ଏମ୍‌କେ ଷ୍ଟାଲିନ । ରାଜ୍ୟରେ କରୋନା ମୁକାବିଲା ପାଇଁ ୫ ଟି ବଡ଼ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍‌ । କରୋନା ରୋଗୀଙ୍କ ପାଇଁ ଘରୋଇ ହସ୍‌ପିଟାଲ୍‌ଗୁଡ଼ିରେ ବି ମାଗଣା ଚିକିତ୍ସା ସହିତ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସହିତ କ୍ଷୀର ମୂଲ୍ୟ କମାଇବାକୁ ଘୋଷଣା କରିଛନ୍ତି ଷ୍ଟାଲିନ୍।

ଷ୍ଟାଲିନଙ୍କ ୫ ବଡ଼ ଘୋଷଣା-
୧ . କରୋନା କ୍ଷତିଗ୍ରସ୍ତଙ୍କୁ ୪ ହଜାର ସହାୟତା- କରୋନାରେ କ୍ଷତିଗ୍ରସ୍ତ ପରିବାରକୁ ସିଧାସଳଖ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଷ୍ଟାଲିନ୍। ରାସନକାର୍ଡ ଥିବା ପ୍ରତ୍ୟେକ ପରିବାରକୁ ଜୀବୀକା ନିର୍ବାହ ପାଇଁ ୪ ହଜାର ଟଙ୍କା ସହାୟତା ଦିଆଯିବ।

୨. ଘରୋଇ ହସ୍‌ପିଟାଲ୍‌ରେ ମାଗଣା ଚିକିତ୍ସା ଘରୋଇ ହସ୍‌ପିଟାଲ୍‌ରେ କରୋନା ଚିକିତ୍ସା ମଧ୍ୟ ସରକାରୀ ଇନ୍‌ସୁରାନ୍ସ ଅଧୀନରେ ଆସିବ। ମୁଖ୍ୟମନ୍ତ୍ରୀ ବିସ୍ତୃତ ବୀମା ଯୋଜନା ଅଧୀନରେ କୋଭିଡ୍‌ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

୩.କ୍ଷୀରର ମୂଲ୍ୟ ହ୍ରାସ ।

୪.ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ।

୫.ଅଭିଯୋଗର ଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ ସେଲ୍ ଗଠନ ।