ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଗ୍ରାମବାସୀ
ରାୟଗଡ଼ା ଜିଲ୍ଲା ବିଷମ କଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ବିଷମ କଟକ ଗ୍ରାମବାସୀ ।
(ବିଷମ କଟକ/ରବିନ୍ଦ୍ର କୁମାର ସାହୁ) : ରାୟଗଡ଼ା ଜିଲ୍ଲା ବିଷମ କଟକକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ବିଷମ କଟକ ଗ୍ରାମବାସୀ । ଏ ସଂକ୍ରମିତ ଶନିବାର ବିଷମ କଟକ ଗ୍ରାମବାସୀ ବି.ଏସ୍.କେ.ୱାଇ ଉପଦେଷ୍ଟା ତଥା ବିଜେଡି ଜିଲ୍ଲା ସଭପତି ଶ୍ରୀ ସୁଧିର କୁମାର ଦାସଙ୍କ ନେତୃତ୍ଵରେ ଭୁବନେଶ୍ୱର ନବିନ ନିବାସ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ସୂଚନାନୁଯାୟୀ , ଏହି ସମୟରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, ଅନୁସୂଚିତ ଜନଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ପ୍ରୁଥିରାଜ଼ ସାହୁ, ଗୋପାଳ ପଟ୍ଟନାୟକ, କୁଳନାଥ ପାଢ଼ି, ଡି.ଶିବପ୍ରସାଦ,ଅମିତାଭ ପଟ୍ଟନାୟକ, କୁନା ରଥ,ବାବୁନି ପଟ୍ଟନାୟକ, ନାନୁ ପଣ୍ଡା, ସନ୍ତୋଷ ପଣ୍ଡା, ଜି.ପ୍ରଦିପ କୁମାର ପ୍ରମୁଖ ଉପସ୍ଥିତ ରହିଥିଲେ ।