ସୁୁବର୍ଣ୍ଣପୁର;(ଓମ୍ ପ୍ରକାଶ ମିଶ୍ର);- ଭାରତୀୟ ପର୍ଯ୍ୟଟକ ଙ୍କ ମୃତ୍ୟୁ ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ରେ ସାମୁହିକ ଶ୍ରଦ୍ଧାଞ୍ଜଳି । ସୁବର୍ଣ୍ଣପୁର ଜାମ୍ମୁ ଓ କାଶ୍ମୀର ର ପହଲଗାଓଁ ଠାରେ ହିନ୍ଦୁ ପର୍ଯ୍ୟଟକ ଙ୍କ ଉପରେ ବର୍ବର ଆତଙ୍କବାଦୀ ଆକ୍ରମଣ ଓ ୨୮ ଜଣ ଭାରତୀୟ ଓ ବିଭିନ୍ନ ଦେଶ ର ପର୍ଯ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ରେ ସୁବର୍ଣ୍ଣପୁର ସହର ର ବିଜୁ ପଟ୍ଟନାୟକ ଛକ ଠାରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା ର ଅଯୋଜନ କରଯାଇଥିଲା I ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସପି ଶ୍ରୀ ରାମ ପ୍ରସାଦ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସାଧାରଣ ଜନତା, ସ୍ବେଚ୍ଛାସେବୀ, ବିଭିନ୍ନ ସମ୍ପ୍ରଦାୟ ର ଲୋକ ଙ୍କ ସହିତ ମୃତ ପର୍ଯ୍ୟଟକଙ୍କ ଆତ୍ମା ଶାନ୍ତି ସଦଗତି ପାଇଁ ଦୀପ ଦାନ କରି ଶ୍ରଦ୍ଧାଜଳି ଅର୍ପଣ କରିଥିଲେ I

ଧର୍ମ ନାଁ ରେ ଭିଆଇଥିବା ଏଭଳି ଘଟଣା କୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ରଖି ଆତଙ୍କବାଦୀ ଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବାସୀ ଙ୍କ ପକ୍ଷରୁ ଏସପି ଦାବୀ କରିଛନ୍ତି I ସମାଜ ସେବୀ ଶ୍ରୀବତ୍ସମଲ୍ଲିକ, ବରିଷ୍ଠ ନାଗରିକ ପ୍ରତାପ ଦାଶ, ନିରଂଜନ ତ୍ରୀପାଠୀ, ରକେଶ ନାଗ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଜିଲ୍ଲା ବାସୀ ଙ୍କ ପକ୍ଷରୁ ମୃତ ପର୍ଯ୍ୟଟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ଏ ଘଟଣାର ଦୃଢ଼ ନିନ୍ଦା କରି ଆତଙ୍କବାଦ କୁ ବିଲୋପ କରିବାକୁ ଭାରତ ବାସୀ ଏକଜୁଟ ହେବାକୁ ପରାମର୍ଶ ଦେଇଥିଲେ I

ସମାଜ ସେବୀ ମନୋରଞ୍ଜନ ତ୍ରୀପାଠୀ, ପ୍ରମୋଦ କୁମାର ସାହୁ, ମନୋଜ ପଣ୍ଡା, ରବୀନ୍ଦ୍ର ଜେନା, ଚୌଧୁରୀ ବିଭାର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ବଚ୍ଛ ଭାରତ ସଂଗଠନ, ଯୋଗ ସମିତି, ଗୋପାଲଜୀ ଯୋଗଳୟ, ପଏଁରୀ, ରାମଧୂନ୍ କ୍ଲବ୍, ବିଭିନ୍ନ ସାମ୍ବାଦିକ ସଂଗଠନ, ଭୀମ ଭୋଇ କଳା ପରିଷଦ, ୟଙ୍ଗ ଷ୍ଟାର କ୍ଲବ, ମାରୱାଡି ଯୁବା ମଞ୍ଚ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ସହର ର ସମସ୍ତ ସଂଗଠନ ର ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I