ମେଜର, ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ୱର: ଭରତପୁର ଥାନାରେ ହାଇଡ୍ରାମା ମାମଲା । ଜନସ୍ୱାର୍ଥ ମାମଲାରୁ ଶୁଣାଣି କରି ହାଇକୋର୍ଟଙ୍କ ନିର୍ଦ୍ଦେଶ । ଘଟଣାରେ କୋର୍ଟ ଉଦବେଗ ପ୍ରକାଶ କରିବା ସହ ମେଜର, ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟଙ୍କ ନାଁ କାହିଁକି ପ୍ରକାଶ କରାଯାଉଛି କହି ଚିନ୍ତା ପ୍ରକଟ କରିଛନ୍ତି କୋର୍ଟ। ଏପିରିକି ମାମଲାର ତଦାରଖ କରିବାକୁ ମନା କରିଛନ୍ତି କୋର୍ଟ । ଅନ୍ୟପଟେ ରାଜ୍ୟରେ ଥିବା ସମସ୍ତ ଥାନା ଗୁଡିକରେ ସିସିଟିଭି ଲଗାଇବାକୁ ମଧ୍ୟ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସବୁ ଥାନାରେ ସିସିଟିଭି ନାହିଁ, କେବେ ସୁଦ୍ଧା ଲଗାଯିବ ବୋଲି ପଚାରିଛନ୍ତି କୋର୍ଟ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସବୁ ଥାନାରେ ସିସିଟିଭି ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେଇଛନ୍ତି ହାଇକୋର୍ଟ। ଘଟଣାରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି କୋର୍ଟ।