ଅଶ୍ୱିନୀ କୁମାରଙ୍କ ନିର୍ଦ୍ଦେଶିତ ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିଛି। ଏହା ଅଜୟ ଦେବଗନଙ୍କ ସଦ୍ୟତମ ରିଲିଜ୍ ହୋଇଥିବା ‘ସନ୍ ଅଫ୍ ସର୍ଦ୍ଦାର 2’ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ‘ଧଡକ୍ 2’କୁ ମଧ୍ୟ ମାତ ଦେଇଛି । ୨୫ ଜୁଲାଇ ୨୦୨୫ରେ ମୁକ୍ତିଲାଭ କରିଥିବା ହୋମ୍ବଲେ ଫିଲ୍ମସର ପୌରାଣିକ ଆନିମେଟେଡ୍ ଫିଲ୍ମ ‘ମହାବତାର ନରସିଂହ’ ଫିଲ୍ମଟି ଏହାର ତୃତୀୟ ସପ୍ତାହାନ୍ତ ପୂରଣ କରିଛି ।

ବକ୍ସ ଅଫିସରେ ଏକ ନୂତନ ମାଇଲଖୁଣ୍ଟ ମଧ୍ୟ ହାସଲ କରିଛି। ମଜାଦାର କଥା ହେଉଛି ଯେ ‘ସୈୟାରା’, ‘ସନ୍ ଅଫ୍ ସର୍ଦ୍ଦାର ୨’ ଏବଂ ‘ଧଡକ ୨’ ଭଳି ଫିଲ୍ମ ଥିଏଟରରେ ଆସିବା ସତ୍ତ୍ୱେ, ଅଶ୍ୱିନ କୁମାରଙ୍କ ନିର୍ଦ୍ଦେଶିତ ଏହି ଆନିମେଟେଡ୍ ଫିଲ୍ମ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଛି। SACNILC ର ତଥ୍ୟ ଅନୁଯାୟୀ, ଫିଲ୍ମର ଆୟ ବିଷୟରେ କହିବାକୁ ଗଲେ ‘ମହାବତାର ନରସିଂହ’ ରିଲିଜ୍ ହେବାର ୧୭ତମ ଦିନରେ ମଧ୍ୟ ବିପୁଳ ପରିମାଣର ରୋଜଗାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।
![]()
ଏହି କାରଣରୁ ଏହି ଫିଲ୍ମ ତୃତୀୟ ରବିବାରରେ ଆମିର ଖାନଙ୍କ ଫିଲ୍ମ ‘ସିତାରେ ଜମିନ୍ ପର’ର ଜୀବନବ୍ୟାପୀ ୧୬୬.୫୮ କୋଟି (କୋଇମୋଇ ଫିଗର୍ସ) ସଂଗ୍ରହକୁ ପଛରେ ପକାଇ ଦେଇଛି ଏବଂ ୨୦୨୫ ମସିହାର ପଞ୍ଚମ ସର୍ବାଧିକ ଆୟକାରୀ ଫିଲ୍ମ ହୋଇସାରିଛି। ଏହି ଫିଲ୍ମଟି ଯେଉଁ ଗତିରେ ରୋଜଗାର କରୁଛି ତାହାକୁ ଦେଖିଲେ ମନେ ହେଉଛି ଯେ ଏହା ଚତୁର୍ଥ ସପ୍ତାହରେ ମଧ୍ୟ ଅନେକ ଫିଲ୍ମକୁ ପଛରେ ପକାଇଦେବ।
