ଗତ ୨୪ଘଣ୍ଟାରେ ମହାରାଷ୍ଟ୍ରରୁ ୫୨୯ ନୂଆ ସଂକ୍ରମିତ ଚିନ୍ହଟ
ମହାରାଷ୍ଟ୍ରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା ।
(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ଘଣ୍ଟାରେ ମହାରାଷ୍ଟ୍ରରୁ ୫୨୯ ନୂଆ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।

ଚିନ୍ତାର ବିଷୟ ଏହା କି ରାଜ୍ୟରେ ପ୍ରଥମ ଥର ଏକାସାଙ୍ଗରେ ବି.ଏ ୪ ଏବଂ ବି.ଏ.୫ଭାରିଆଣ୍ଟର ଆକ୍ରାନ୍ତ ଦେଖାଦେଇଛି । ଏହି ଦୁଇ ଭାରିଆଣ୍ଟ ଓମିକ୍ରନର ସବଭାରିଆଣ୍ଟ ଅଟେ ଯାହା ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି ।

ସୂଚନାନୁଯାୟୀ , ରାଜ୍ୟରେ ଏହି ସମୟରେ ବି.ଏ.୪ର ୪ଜଣ ଆକ୍ରାନ୍ତ ସାମ୍ନାକୁ ଆସିଥିବାବେଳେ ବି.ଏ.୫ର ୩ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିପରି ଭାବେ ଏବେ ସଂଖ୍ୟା ୭ରେ ପହଞ୍ଚିଛି ।