ଦୀର୍ଘଦିନ ପରେ ଭିଲିଆନ ଭୂମିକାରେ ନଜର ଆସିବେ ବବି ଦେଓଲ୍
ଖୁବଶୀଘ୍ର ‘ଲଭ୍ ହଷ୍ଟେଲ’ଫିଲ୍ମରେ ନେଗେଟିଭ୍ ରୋଲରେ ନଜର ଆସିବେ ବବି ଦେଓଲ୍ ।
(ମୁମ୍ବାଇ) : ଖୁବଶୀଘ୍ର ‘ଲଭ୍ ହଷ୍ଟେଲ’ଫିଲ୍ମରେ ନେଗେଟିଭ୍ ରୋଲରେ ନଜର ଆସିବେ ବବି ଦେଓଲ୍ । ତାଙ୍କର ଆଗାମୀ ଫିଲ୍ମ ଲଭ୍ ହଷ୍ଟେଲ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି। ବବି ସୋସିଆଲ ମିଡିଆରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି।
ସୂଚନାନୁଯାୟୀ , ଆଶ୍ରମ ଏବଂ ଲଭ୍ କ୍ଲାସ୍ ପରି ୱେବ୍ ସିରିଜ୍ ସହିତ ନିଜ କ୍ୟାରିଅରକୁ ଟ୍ରାକକୁ ଫେରାଇ ଆଣିଥିବା ବବି ଦେଓଲ୍ ପୁଣିଥରେ ଓଟିଟି ପ୍ଲାଟଫର୍ମ ଉପରେ ପ୍ରାଧାନ୍ୟ ଦେବାକୁ ପ୍ରସ୍ତୁତ। ଫିଲ୍ମ ଲଭ୍ ହଷ୍ଟେଲକୁ ଶଙ୍କର ରମଣ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଶାହାରୁଖ ଖାନଙ୍କ କମ୍ପାନୀ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମାଣ କରାଯାଇଛି। ଲଭ୍ ହଷ୍ଟେଲର କାହାଣୀ ଉତ୍ତର ଭାରତ ଉପରେ ହୋଇଛି।