ରାଜଧାନୀରେ ପୁଣି ଲୁଟେରା ରାଜ

ଭୁବନେଶ୍ୱର(ଆଦର୍ଶ ରାଉତ): ରାଜଧାନୀ ଭୁବନେଶ୍ୱରରେ ପୁଣି ଦେଖା ଯାଉଛି ଲୁଟେରାଙ୍କ ରାଜୁତି । ପୁଣି ସାମନାକୁ ଆସିଛି ଲୁଟେରାଙ୍କ ଲୁଟର କଳାଚିଠା । ସାଧାରଣ ଜନତାଙ୍କ ସହିତ ଓଏଏସ ଅଧିକାରୀ ମଧ୍ୟ ଲୁଟେରାଙ୍କ ଶିକାର ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି ଓଏଏସସୋନାଲୀ ପ୍ରୟଦର୍ଶିନୀଙ୍କ ସହିତ । ଓଏଏସ ସୋନାଲୀ ପ୍ରିୟଦର୍ଶିନୀଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଜଳସମ୍ପଦ ବିଭାଗର ଅଧିକାରୀ ସୋନାଲୀ ପ୍ରିୟଦର୍ଶିନୀ ସାହୁଙ୍କ ଘରୁ ଲୁଟେରା ଏକ ଲକ୍ଷ ଟଙ୍କାର ଜିନିଷପତ୍ର ସହିତ ସିସିଟିଭି ମଧ୍ୟ ଚୋରାଇ ନେଇଥିବା ଜଣାପଡିଛି । ଏ ନେଇ ନୟାପଲ୍ଲୀ ଥାନାରେ ଏକ ଏତଲା ଦେଇଛନ୍ତି ସୋନାଲୀ । ତେବେ ଏହା ପୂର୍ବରୁ ମଧ୍ୟ ଚୋରୀ ହୋଇଥିବା ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।