(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ଛକ ନିକଟରୁ ୩୫୦୦ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ କରାଯାଇଛି। ଏକ ମଦ ବୋଝେଇ ମିନି ଟ୍ରକ୍ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରାଣୀତାଲ ଛକ ନିକଟରେ ଟ୍ରକ୍କୁ ଅଟକାଇ ୩୫୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗର କର୍ମଚାରୀ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ମିନି ଟ୍ରକ୍କୁ ଜବତ କରିଛି ବିଭାଗ। ଏତେ ସଂଖ୍ୟକ ମଦ କେଉଁଠୁ ଆସିଲା ଓ କେଉଁମାନେ ଗିରଫ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ଅବକାରୀ ବିଭାଗ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତମାନେ ସଞ୍ଜୟ ଦାସ ଓ ରଶ୍ମୀରଞ୍ଜନ ବେହେରା।