ଧରାପଡିଲେ ଦେଶୀ ମଦ ତିଆରି ଗ୍ୟାଙ୍ଗ

ଭୂବନେଶ୍ୱର (ଆଦର୍ଶ ରାଉତ): ଭୂବନେଶ୍ୱର ନୟାପଲ୍ଲୀରେ ଅବକାରୀ ବିଭାଗର ମିଳିତ ଚଢାଉ । ଚଢ଼ାଉ ବେଳେ ଏକ ବଡ଼ ଧରଣର ଦେଶି ମଦ ଗ୍ୟାଙ୍ଗକୁ ଧରିଛି ପୋଲିସ । ଚଢ଼ାଉରେ ୫ହଜାର ଲିଟର ଗୁର ୱାସ, ୬ହଜାର କେଜି ରାଇସ ୱାସ, ୧ହଜାର ଲିଟର ଦେଶୀ ମଦ, ଗୋଟିଏ ବାଇକ୍ (ହୋଣ୍ଡା ସାଇନ) ଓ ୪୦୦ ମଦ ତିଆରୀ ହଣ୍ଡା ଜବତ ହୋଇଛି । ତେବେ ଗତ କିଛି ମାସଧରି ଅବକାରୀ ବିଭାଗ ପକ୍ଷରୁ ବେଆଇନ୍ ଦେଶୀ ମଦ ତିଆରି ସ୍ଥାନ ଗୁଡ଼ିକ ଉପରେ ଚଢ଼ାଉ ଜାରି ରହିଥିବା ବେଳେ ଆଜି ଏହି ଗ୍ୟାଙ୍ଗକୁ ପୋଲିସ ଧରିଥିବା ସୂଚନା ମିଳିଛି ।