(ଦିଲ୍ଲୀ) : କରୋନା ମହାମାରୀ ଦେଶରେ ଏକ ବଡ଼ ସଙ୍କଟ ହୋଇ ମେରୁହାଡ ଭାଙ୍ଗି ଦେଇଛି । ଏହାରି ମଧ୍ୟରେ ଖବର ଆସିଛି ଯେ ଉତ୍ତର ପ୍ରଦେଶରେ ମଦ ମାହାଙ୍ଗା ହୋଇଛି । କରୋନା କାଳରେ ରାଜସ୍ଵ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅବକାରୀ ନୀତି ୨୦୨୧-୨୨ରେ ସଂଶୋଧନ କରାଯାଇ ନିୟମିତ ବର୍ଗର ମଦ ଉପରେ ପ୍ରତି ୯୦ ମିଲିରେ ୧୦ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ପ୍ରିମିୟମ ବର୍ଗର ମଦ ଉପରେ ପ୍ରତି ୯୦ ମିଲିରେ ୧୦ ଟଙ୍କା, ସୁପର ପ୍ରିମିୟମରେ ପ୍ରତି ୯୦ ମିଲିରେ ୨୦ ଟଙ୍କା, ସ୍କଚ ଉପରେ ପ୍ରତି ୯୦ ମିଲିରେ ୩୦ ଟଙ୍କା, ବିଦେଶୀ ମଦ ଉପରେ ପ୍ରତି ୯୦ ମିଲିରେ ୪୦ ଟଙ୍କା ଅତିରିକ୍ତ ଶୁକ୍ଳ ଲାଗୁ କରାଯାଇଛି।
ସୂଚନାନୁଯାୟୀ , ବର୍ଦ୍ଧିତ ସଂକ୍ରମଣ ସାରା ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି। ଲକଡାଉନ ଓ ସଟଡାଉନ ଭଳି କଟକଣା ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏବଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର ମଦରୁ ରାଜସ୍ଵ ଆଦାୟ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି।