ଜୀବନ ମରଣ ସହ ସଂର୍ଘଷ : ୭୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟନେଲ ଭିତରେ ଶ୍ରମିକ
ଜୀବନ ମରଣ ସହ ସଂର୍ଘଷ : ୭୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟନେଲ ଭିତରେ ଶ୍ରମିକ
ବ୍ୟୁରୋ : ଟନେଲରେ ଶ୍ରମିକଙ୍କ ଜୀବନ ଫସି ରହିଛି । ଜୀବନ ମରଣ ସହ ୮ ଜଣ ଶ୍ରମିକ ସଂଘର୍ଷ ଜାରି ରଖିଛନ୍ତି । ଏମାନଙ୍କ ସହ କୌଣସି ଯୋଗାଯୋଗ କରାଯାଇପାରୁ ନାହିଁ । ଏଣୁ ସେମାନେ ଟନେଲ ଭିତରେ ବଞ୍ôଚଥିବାର ଆଶଙ୍କା କମ ରହିଛି । ଅନ୍ୟପକ୍ଷେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏସଡିଆରଏଫ, ଏନଡିଆରଏଫ ଓ ସେନାକୁ ମୁତୟନ କରାଯାଇଛି । ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲ ଟ୍ରାଜେଡିରେହିରୋ ସାଜିଥିବା ସ୍ୱତନ୍ତ୍ର ରେସ୍କ୍ୟୁ ଟିମ୍ ତେଲେଙ୍ଗାନାରେ ପହଞ୍ôଚ ଶ୍ରମିକଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି । ଶନିବାର ନାଗରକୁରୁନୁଲରେ ଚାଲିଥିବା ଏକ ପ୍ରୋଜେକ୍ଟ ରେ ନିୟୋଜିତ କିଛି ଶ୍ରମିକ ଅଚାନକ ଟନେଲରେ ଫସିଥିବା ନେଇ ଖବର ଆସିଥିଲା । ପରେ ୮ଜଣ ଶ୍ରମିକ ଭଙ୍ଗା ଚଟାଣ ତଳେ ଜୀବନ ମରଣ ସହ ସଂର୍ଘଷ କରୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ୮ଜଣ ଶ୍ରମିକଙ୍କ ଉଦ୍ଧାର ନିମନ୍ତେ ଉତ୍ତରାଖଣ୍ଡ ସିଲକ୍ୟାରର ଉଦ୍ଧାରକାରୀ ଟିମ ନାଗରକୁରୁନୁଲରେ ପହଁଚିଛନ୍ତି । ତେଲେଙ୍ଗନାର ସରକାର ଜିଏସଆଇ ଓ ଏନଜିଆରଆଇ ବିଶେଜ୍ଞେଙ୍କ ସାହାଯ୍ୟ ନେଇଛନ୍ତି । ଶ୍ରମିକ ଫସିଥିବା ସ୍ଥାନରେ ପଙ୍କ ଓ ପାଣି ଭରି ରହିଛି । ସିମେଣ୍ଟର ଚଟାଣ, ଲୁହା ଖଣ୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଠି କରୁଛି । ମୋଟ ୫୮୬ଜଣ ଉଦ୍ଧାରକାରୀ ସଦସ୍ୟଙ୍କୁ ନେଇ ଟିମ ଟନେଲରେ ଉଦ୍ଧାର କାମ ଜାରି ରହିଛି ।