ବ୍ୟୁରୋ : ଆମେ ସାଧାରଣତଃ ଲେମ୍ବୁ ଓ କମଳା ଖାଇବା ବେଳେ ଏହାର ମଞ୍ଜିକୁ ବାହାର କରି ଫିଙ୍ଗି ଦେଇଥାଉ । ହେଲେ ଅ।ପଣ ଜାଣିଛନ୍ତି କି ଲେମ୍ବୁ ଓ କମଳା ମଞ୍ଜିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଏହି ମଞ୍ଜିକୁ ଖାଇଲେ ଆପଣ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ତା’ ହେଲେ ଅ।ସନ୍ତୁ ଜାଣିବା | ଲେମ୍ବୁ ମଞ୍ଜିରେ କ’ଣ ସବୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ।
୧. ଅଧିକାଂଶ ସମୟରେ ଆପଣ ମୁଣ୍ଡ ବିନ୍ଧାକୁ ଶୀଘ୍ର ଠିକ୍ କରିବା ପାଇଁ ଏସ୍ପିରିନ୍ ଖାଇଥା’ନ୍ତି । ଲେମ୍ବୁ ମଞ୍ଜିରେ ପ୍ରଚୁର ମାତ୍ରାରେ ସେଲିସିଲିକ ଏସିଡ୍ ରହିଛି, ଯାହା ଏସ୍ପିରିନର ଏକ ଅଂଶୟ ।ତେଣୁ ମୁଣ୍ଡ ବିନ୍ଧା ସମୟରେ ଲେମ୍ବୁ ମଞ୍ଜି ଖାଇଲେ ଉପଶମ ମିଳିଥାଏ ।
୨. ଲେମ୍ବୁ ମଞ୍ଜିରେ ଆଂଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଅ ।ପଣଙ୍କ ମୁହଁରେ ହେଉଥିବା ବ୍ରଣକୁ ଭଲ କରିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ବ୍ରଣ ଭଲ କରିବା ପାଇଁ ଲେମ୍ବୁ ମଞ୍ଜିର ତେଲକୁ ବ୍ୟବହାର କରନ୍ତୁ । ଯଦ ନିୟମିତ ଭାବରେ ଲେମ୍ବୁ ମଞ୍ଜିକୁ ମୁହଁରେ ବ୍ୟବହାର କରିବେ, ତେବେ କିଛିଦିନ ମଧ୍ୟରେ ଅ ।ପଣଙ୍କ ବ୍ରଣ ଓ ଦାଗ ଭଲ ହୋଇଯିବ ।
୩. ଆହୁରି ମଧ୍ୟ ଲେମ୍ବୁ ମଞ୍ଜିରେ ଭିଟାମିନ୍ ସି ରହିଛି, ଯାହା ତ୍ୱଚାକୁ ସୁସ୍ଥ ରଖି ଉଜ୍ଜ୍ୱଳ କରିଥାଏ । ତ୍ୱଚାରେ ପ୍ରତିଦିନ ଲେମ୍ବୁ ମଞ୍ଜି ବ୍ୟବହାର କଲେ, ଅ ।ପଣଙ୍କ ତ୍ୱଚା ମଶ୍ଚୋରାଇଜ୍ ରହିଥାଏ
୪. ସାଧାରଣତଃ ହାତ ଓ ପାଦ ଅ ।ଙ୍ଗୁଳିରେ ଫଙ୍ଗଲ୍ ଇନ୍ଫେକସନ୍ ଅଧିକ ହୋଇଥାଏ । ସେହି ସ୍ଥାନରେ ଲେମ୍ବୁ ମଞ୍ଜିର ତେଲ ଲଗାଇଲେ, ଇନ୍ଫେକ୍ସନ୍ ଭଲ ହୋଇଥାଏ । ଏହା ସହିତ ତ୍ୱ•ରେ ହେଉଥିବା ଅ ।ଲର୍ଜି ମଧ୍ୟ ଦୂର ହୋଇଥାଏ । ତେଣୁ ଫଙ୍ଗଲ୍ ଇନଫେକସନ୍ରୁ ରକ୍ଷା ପାଇବା ପାଇଁ ଆପଣ ଲେମ୍ବୁ ମଞ୍ଜିକୁ ବ୍ୟବହାର କରିପାରିବେ |