ଲକ୍ଷ୍ୟଙ୍କ ବିଜୟ ଅଭିଯାନ, ବିଶ୍ୱ ଟୁର୍ ଫାଇନାଲ୍ସକୁ ଏଣ୍ଟ୍ରି

ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କ ଚମକ ଜାରି । ଦୁଇ ସପ୍ତାହରେ ଲଗାତାର ଦ୍ୱିତୀୟ ବିଡବ୍ଲ୍ୟୁଏଫ୍ ଟୁର୍ ଟାଇଟଲ୍ ହାତେଇଛନ୍ତି ଲକ୍ଷ୍ୟ । ରବିବାର ଜାପାନ ମାଷ୍ଟର୍ସର ପୁରୁଷ ଏକକ ଫାଇନାଲ୍‌ରେ ଘରୋଇ ଖେଳାଳି କୋକି ୱାତାନାବେଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି ସେ ।

Japan Masters 2026: Lakshya Sen credits self-belief for back-to-back titles  and sets sights on Hong Kong Open - Sports News Portal | Revsportz

ଫାଇନାଲ୍‌ରେ ଲକ୍ଷ୍ୟ ୧୩-୨୧, ୨୧-୧୮ ଓ ୨୧-୧୪ ଗେମ୍‌ରେ ୱାତାନାବେଙ୍କୁ ହରାଇଥିଲେ । ପ୍ରଥମ ଗେମ୍‌ରେ ପରାଜୟ ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତୀୟ ଷ୍ଟାର୍ । ପରବର୍ତ୍ତୀ ଦୁଇଟି ଗେମ୍‌କୁ ନିଜ ନାମରେ କରି ମାତ୍ର ୧ ଘଣ୍ଟା ୪ ମିନିଟ୍‌ରେ ମ୍ୟାଚ୍ ଶେଷ କରିଥିଲେ ।

🥇🇮🇳🥈🇯🇵 13-21 21-18 21-14 Kumamoto Japan Masters 2026

ଏହା ପୂର୍ବରୁ ଗତ ସପ୍ତାହରେ ହାଇଲୋ ଓପନ୍ ଟାଇଟଲ୍ ଜିତିଥିଲେ ଲକ୍ଷ୍ୟ । ଏବେ ଜାପାନ ମାଷ୍ଟର୍ସ ଟ୍ରଫି ସହ ତାଙ୍କ ବିଜୟ ଧାରା ଆହୁରି ମଜଭୁତ ହୋଇଛି । ଏହି ବିଜୟ ସହ ଚଳିତ ବର୍ଷର ଶେଷ ବିଡବ୍ଲ୍ୟୁଏଫ୍ ପ୍ରତିଯୋଗିତା ବିଶ୍ୱ ଟୁର୍ ଫାଇନାଲ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ଲକ୍ଷ୍ୟ ।

SPORTS ARENA🇮🇳 on X: "CHAMPION OF KUMAMOTO MASTERS 🇯🇵🏆🏸 LAKSHYA SEN  ❤️💙 2nd title for Lakshya this year 9th title for India this year Highest  title count for Lakshya in 1 year