ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ସାମ ପିଟ୍ରୋଡା

ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ସାମ ପିଟ୍ରୋଡା। ଦିନକ ତଳେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆଣିଥିଲେ ଫୋନ ଟ୍ୟାପିଂ ଭଳି ଅଭିଯୋଗ। କିନ୍ତୁ ଏହାକୁ କାଉଣ୍ଟର କରିଛନ୍ତି ପିଟ୍ରୋଡା। ପ୍ରଧାନମନ୍ତ୍ରୀ ମୋଦି କୌଣସି ପ୍ରକାରର ଫୋନ ଟ୍ୟାପ୍‌ କରୁ ନଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଶୁଭେଚ୍ଛା ଆଦାନ ପ୍ରଦାନକୁ ନେଇ ଚର୍ଚ୍ଚାରେ ଥିବା ପିଟ୍ରୋଡା ଏବେ ରାହୁଲ ଗାନ୍ଧିଙ୍କ ଫୋନ ଟ୍ୟାପିଂ ଅଭିଯୋଗରୁ ନିଜକୁ ଦୂରେଇ ରଖିଛନ୍ତି।

ଗୁଜରାଟୀ ବନ୍ଧୁ ଏବଂ ତାଙ୍କ ସହିତ କୌଣସି ବ୍ୟକ୍ତିଗତ ମତଭେଦ ନାହିଁ

ପ୍ରଧାନମନ୍ତ୍ରୀ ମୋଦି ଫୋନ ଟ୍ୟାପ କରୁଥିବା ନେଇ ତାଙ୍କର କୌଣସି ବିଶ୍ୱାସ ନଥିବା ମଧ୍ୟ ସେ କହିଛନ୍ତି। ଗୋଟିଏ ଗଣମାଧ୍ୟମକୁ ପିଟ୍ରୋଡା କହିଛନ୍ତି, “ପ୍ରଧାନମନ୍ତ୍ରୀ ଏସବୁ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସ୍କ୍ରୁ ଡ୍ରାଇଭର ଧରି କମ୍ପ୍ୟୁଟରରେ ହାତ ମାରନ୍ତି ନାହିଁ।” ତେବେ ତାଙ୍କ ଫୋନ ଟ୍ୟାପ୍‌ କରାଯାଉଥିବା ନେଇ ଯଥେଷ୍ଟ ପ୍ରମାଣ ତାଙ୍କ ପାଖରେ ରହିଥିବା ପିଟ୍ରୋଡା ଦାବି କରିଛନ୍ତି।