(ପ୍ରଶାନ୍ତ କୁମାର ସ୍ଵାଇଁ /ପାରାଦ୍ବୀପ )- ପାରାଦ୍ବୀପ ତୈଳ ବିଶୋଧନାଗାର ଆଇଓସିଏଲରେ ବଢୁଛି ଶ୍ରମିକ ଅଶାନ୍ତି। ଆଇଓସିଏଲ କର୍ତୃପକ୍ଷଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଶ୍ରମିକମାନେ ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଆନ୍ଦୋଳନ ସମୟରେ ଆଇଓସିଏଲ କର୍ତୃପକ୍ଷ ଦେଉଥିବା ଲିଖିତ ପ୍ରତିଶ୍ରୁତିକୁ ମଧ୍ୟ କାର୍ୟ୍ୟକାରୀ କରୁନାହାନ୍ତି। ଯାହାକୁ ବିରୋଧ କରି ଆଜି ସକାଳୁ ଶ୍ରମିକ ମାନେ କଳା ପତକା ପ୍ରଦର୍ଶନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଠାରେ କାର୍ୟ୍ୟରତ ଶ୍ରମିକମାନେ ୪ ରୁ ୫ କିଲୋମିଟର ପାଦରେ ଚାଲି ଚାଲି କାର୍ୟ୍ୟ କ୍ଷେତ୍ରରେ ପହଞ୍ଚିବାକୁ ପଡୁଛି । ସେମାନଙ୍କୁ କ୍ୟାଣ୍ଟିନର ସୁବିଧା ଯୋଗାଇ ଦିଆ ଯାଉନାହିଁ । କୁଶଳୀ କାର୍ୟ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ଅଣକୁଶଳୀ ଭାବେ ପ୍ରାପ୍ୟ ପ୍ରଦାନ କରିବା, ପ୍ରଭୃତି ୯ ଦଫା ଦାବି କରାଯାଇଛି। ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଥିଲା ଏବଂ ଆଇଓସିଏଲ କର୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଦିର୍ଘ ଦିନ ହେଲା ଏହି ଦାବି ଗୁଡ଼ିକ ପାଳନ କରୁନାହିଁ କମ୍ପାନୀ। ଆଇଓସିଏଲ ଗେଟ୍ ସମ୍ମୁଖରେ ଏକ ବିଶାଳ ରାଲିରେ ଶତାଧିକ ଶ୍ରମିକ ଯୋଗଦେଇ କଳାପତକା ପ୍ରଦର୍ଶନ କରିଥିଲେ। ଯେ ପର୍ୟ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନି ସେ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ସକାଳୁ କଳା ପତାକା ପ୍ରଦର୍ଶନ କରାଯିବା ସହିତ କଳାପତକା ପିନ୍ଧି କାର୍ୟ୍ୟରେ ଯୋଗ ଦେବୁ। ଦରକାର ପଡ଼ିଲେ ଆଇଓସିଏଲକୁ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।