(ଶୁଭସ୍କିତା ଦାଶ): ଏହା ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ଶରୀରରେ ଦୁଇଟି କିଡ଼ନି ଥାଏ । କାମର ବ୍ୟସ୍ତତା ଭିତରେ ଆମେ ଆମ ଶରୀରର ଠିକ୍ ଭାବେ ଯତ୍ନ ନେଇପାରୁ ନାହୁଁ । ଖାଇବା ପିଇବାରେ ଅବହେଲା ହେତୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଉଛି । ଯାହା ଦ୍ୱାରା ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ଆସନ୍ତୁ ଜାଣିବା କିପରି ନେବେ କିଡ଼ନର ଯତ୍ନ:
୧– ଶରୀର ପାଇଁ ପାଣିର ଆବଶ୍ୟକତା ରହିଛି । ।କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ୍ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ସାଧାରଣତଃ ୮-୧୦ ଗ୍ଲାସ ପାଣି ପିଇବା ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନୀକୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାକି କିଡ଼ନୀ ଉପରେ ଖରାପ ପ୍ରଭାବ ପକାଇଥାଏ ।
୨– ଯଦି ଆପଣ ଅଧିକ ପେନ୍ କିଲର ଖାଉଛନ୍ତି, ତେବେ ସାବଧାନ ହେଇଯାନ୍ତୁ । ପିନ୍ କିଲର କିଡ଼ନିରେ ଥିବା କୋଷିକା ଗୁଡ଼ିକୁ ନଷ୍ଟ କରିଦେଥାଏ ।
୩– ଅଧିକ ଲୁଣ ଖାଇବା ଦ୍ୱାରା ମଧ୍ୟ କିଡ଼ିନି ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ଶରୀରରୁ ସୋଡ଼ିୟମ ବାହାରି ନପାରି କିଡ଼ନି ଉପରେ ଖରାପ ପ୍ରଭାବ ପକାଇଥାଏ ।
୪– ପରିସ୍ରା ଲାଗିଲା ମାତ୍ରେ ବାଥରୁମ୍ ଯାନ୍ତୁ । ପରିଶ୍ରାକୁ ଅଧିକ ସମୟ ଅଟାକାଇ ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣ କିଡ଼ନୀ ଷ୍ଟୋନ ଜନିତ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ପାରନ୍ତି ।