ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ରୟାଲ ଏନଫିଲଡ଼ ବୁଲେଟ ଚୋର । ଭୁବନେଶ୍ୱର, କଟକ, ବୌଦ୍ଧ , ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ୩ ଜଣ ଆନ୍ତଃରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ୨୩ ଦାମୀ ବାଇକ ମଧ୍ୟରୁ ୧୪ ଟି ବୁଲେଟ ମଟରସାଇକେଲ ରହିଛି । ଗତ ନଭେମ୍ବର ୪ ତାରିଖରେ ସିଜୁଆ ଅଞ୍ଚଳରୁ ଏକ ବୁଲେଟ ଚୋରି ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ବେଳେ କଟକରୁ ମୂଖ୍ୟ ଅଭିଯୁକ୍ତ ଓ ଅନ୍ୟ ଦୁଇ ଜଣଙ୍କୁ ଖୋର୍ଦ୍ଧା ଓ ନୟାଗଡ଼ରୁ ଗିରଫ କରିଛି। ସିଙ୍ଗିଲ ଲକ ପଡୁଥିବା ଗାଡିକୁ ଏମାନେ ଟାର୍ଗେଟ କରିଥିଲେ । ଆଗକୁ ସେମାନେ କାହାକୁ ଗାଡି ବିକ୍ରି କରିଛନ୍ତି ସେ ନେଇ ତଦନ୍ତ ବ୍ୟାପକ ହେବ ବୋଲି କହିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।