(ଅଜିତ ସାହୁ / ସତ୍ୟ ନାରାୟଣ ପାଲ ): ଆଜି ହେଉଛ ପବିତ୍ର କାର୍ତିକ ପୂର୍ଣ୍ଣିମା । ଏହା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ଜଣା ଶୁଣା। ଏହି ଅବସରରେ ବାଲେଶ୍ୱର ଜିଲ୍ଳାର ବସ୍ତା,ଭୋଗରାଇ, ବାଲିଆପାଳ, ଜଳେଶ୍ୱରରେ କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି। କରୋନା କଟକଣା ଓ ସରକାରଙ୍କ ନିର୍ଦେଶ ମାନି ଭକ୍ତ ମାନେ ମାସ ଯାକ ବ୍ରତ ରଖି ,ଆଜି ବଡି ଭୋରରୁ ଉଠି ନଦୀ, ପୁଷ୍କରିଣୀ ଓ ସାଗରରେ କଦଳୀ ପଟୁଆ ଡଙ୍ଗା ଭସାଇଛନ୍ତି । ଆ- କା- ମା-ଵୈ, ପାନ ଗୁଆ ଥୋଇ, ମାସକର ଧରମ ମୋର ,ପାନ ଗୁଆ ତୋର ଗୀତ ଗାଇ ପୂଜାଅର୍ଚ୍ଚନା କରି ବୋଇତ ବନ୍ଦନା କରିଥିଲେ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବ ବୃହତ୍ତମ ରାଇରଙ୍ଗପୁର ସହରର ଜୀବନ ରେଖା ଖଡଖାଈ ନଦୀର ଘାଟ ଥିବା ଗହଳି ସ୍ଥାନମାନଙ୍କରେ ପୋଲିସ ମୁତୟନ ସହ ଜଗନ୍ନାଥ ମନ୍ଦିର, ଗଢ଼ ଗ୍ରାମର ଐଶ୍ବାନେଶ୍ବର ମନ୍ଦିର, ଖଡଗେଶ୍ବର,ରଘୁନାଥ ଜୀଉ ମନ୍ଦିର ସମେତ ଅନ୍ୟ ମନ୍ଦିରରେ ପୋଲିସ ଜଗି ଶ୍ରଦ୍ଧାଳୁ ମାନଙ୍କୁ ପ୍ରବେଶ ପାଇଁ ବାରଣ କରିଥିଲା । ମାସକ ଯାକ ନିଷ୍ଠାର ସହ ବ୍ରତ ପାଳନ କରି ଶେଷ ଦିନ ମନ୍ଦିରରେ ନିଜର ମନର ଠାକୁରଙ୍କୁ ଦର୍ଶନ କରି ନ ପାରିଥିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଥିଲା ।