ଅତି ଶୀଘ୍ର ସମ୍ପୁର୍ଣ୍ଣ ହେବ କରତାରପୁର କରିଡର କାମ

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): କରତାରପୁର କରିଡର କାର୍ଯ୍ୟ ଶୀଘ୍ର ସମ୍ପୁର୍ଣ୍ଣ କରିବାକୁ ଭାରତ ପ୍ରତିଶୃତିବଦ୍ଧ । ତୀର୍ଥଯାତ୍ରୀମାନଙ୍କ ପାଇଁ ଲାଗୁ କରାଯିବାକୁ ଥିବା ଦେୟ କୋହଳ କରିବାକୁ ଭାରତ ପାକିସ୍ତାନକୁ କହିଛି । ଭାରତ ପଟୁ କରିଡରର ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୁର୍ଣ୍ଣ ହୋଇଯିବ । ୪ଲାଇନ ବିଶିଷ୍ଟ ରାଜପଥର କାର୍ଯ୍ୟ ଶେଷ ହୋଇଛି ଓ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ଟର୍ମିନାଲ ଚଳିତମାସ ସୁଦ୍ଧା ସମ୍ପୁର୍ଣ୍ଣ ହୋଇଯିବ ବୋଲି ଭାରତର ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ।
ସୁଚନାଯୋଗ୍ୟ,କରତାରପୁର କରିଡର ପାକିସ୍ତାନର କରତାରପୁର ସ୍ଥିତ ଦରବାର ସାହିବକୁ ପଞ୍ଜାବର ଗୁରଦାସପୁର ଜିଲ୍ଲାର ଡୋରାବାବା ନାନକ ପୀଠକୁ ସଂଯୋଗ କରିବ । ଯେଉଁ ଭାରତୀୟ ତୀର୍ଥଯାତ୍ରୀମାନେ କରତାରପୁର ସାହିବ ଦର୍ଶନ ପାଇଁ ଯିବେ, ସେମାନଙ୍କୁ ଭିସାମୁକ୍ତ ଯାତାୟତ ସୁବିଧା ପ୍ରଦାନ କରାଯିବ ।