ବଲିଉଡର ଖୁବ ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କରୀନା ଜଣେ ପାକ୍ ଡିଜାଇନରଙ୍କ ସହ ଡିନର କରୁଥିବା ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ କରୀନା ଜଣେ ପାକ୍ ଡିଜାଇନରଙ୍କ ସହ ଡିନର କରୁଥିବା ଜଣାପଡିଛି ।

ଫଟୋ ଆସିବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ବଢିବାରେ ଲାଗିଛି । ଲୋକମାନେ କରିନାଙ୍କ ଉପରେ ରାଗିଥିବା ଜଣାପଡିଛି । ନିକଟରେ ଫିଲ୍ମ ଫେଡେରେସନ ଘୋଷଣା କରିଛି ଯେ ଯେକୌଣସି ପାକିସ୍ତାନୀ କଳାକାରଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦେଶଦ୍ରୋହର ମାମଲା ରୁଜୁ କରାଯିବ ।
ଫଟୋରେ କରୀନାଙ୍କ ସହ ଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପାକିସ୍ତାନୀ ଡିଜାଇନର୍ ଫରାଜ୍ ମନ୍ନନ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ୨୭ ଏପ୍ରିଲରେ କରିନା ଦୁବାଇ ଯାଇଥିଲେ । ସେ ଦୁବାଇରେ ଏକ କାର୍ୟ୍ୟକ୍ରମରେ ସାମିଲ ଥିଲେ, ଯେଉଁଠି ଫରାଜ ମଧ୍ୟ ଥିଲେ । ଏହି ବୈଠକର ଫଟୋ ସୋସିଆଲ ମିଡିଆରେ ଫରାଜ ପୋଷ୍ଟ କରିଥିଲେ, ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟ ଦେଖିବା ପରେ ଏକ୍ସ ପ୍ଲାଟଫର୍ମରେ ଜଣେ ଉପଭୋକ୍ତା ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ଗୋଟିଏ ପଟେ ଭାରତ ପାକିସ୍ତାନ ସହିତ ଯୁଦ୍ଧ ଲଢ଼ୁଥିବା ବେଳେ ଅନ୍ୟପଟେ କରୀନା କପୁର ଦୁବାଇରେ ଜଣେ ପାକିସ୍ତାନୀ ଡିଜାଇନରଙ୍କ ସହ ଫଟୋସୁଟ୍ କରିବାରେ ବ୍ୟସ୍ତ ଅଛନ୍ତି । ଗତ ବର୍ଷ, କରୀନା ପାଲେଷ୍ଟାଇନକୁ ସମର୍ଥନ କରିଥିଲେ, ଏବେ ମଧ୍ୟ ସେ ନିଜ ଦେଶ ପାଇଁ ପକ୍ଷ ରଖୁନାହାଁନ୍ତି ।
କିଛି ୟୁଜର ପ୍ରଶ୍ନ କରିଛନ୍ତି କି, ଦେଶ ପାଇଁ କେବଳ ସେନାକୁ ବଳିଦାନ ଦେବାକୁ ପଡିବ କି ? ବଲିଉଡ ସେଲିବ୍ରେଟି ମାନଙ୍କର ଦେଶ ପ୍ରତି କୌଣସି କର୍ତ୍ତବ୍ୟ ନାହିଁ କି ? ସେହିପରି ଆଉ ଜଣେ ବ୍ୟବହାରକାରୀ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ତାଙ୍କର ଦେଶ ପାଇଁ କିଛି କରିବାର ନାହିଁ । ସେମାନେ କେବଳ ନିଜ ବିଷୟରେ ଚିନ୍ତା କରନ୍ତି ।