ଭାରିଯାନ ଚଳାଚଳ କୁ ବିରୋଧ କରି ରାଜପଥ ଅବରୋଧ

(ସର୍ବେଶ୍ୱର ପାତ୍ର): ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଦୂତ କାର୍ୟ୍ୟାଳୟ ଛକ ନିକଟରେ ଆଜି ସନ୍ଧ୍ୟା ୫ଟା ସମୟରେ ଜାତୀୟ ରାଜପଥ ୫୩ ଉପରେ ଭାରିଯାନ ଚଳାଚଳ କୁ ବିରୋଧ କରି ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦିନବେଳା ଭାରିଯାନ ଚଳାଚଳ ବନ୍ଦ ଥିବା ବେଳେ ଏଠି ଚାଲୁଛି , ଯାହାକି ଗଲାକ।ଲି ସେହି ଛକ ନିକଟରେ ରାତି ୯ଟା ସମୟରେ ଅଜଣା ଗାଡି ଧକାରେ ଜଣଙ୍କର ମୃତ୍ୟୁ ହୋଇଥିଲା ଯାହାକୁ ନେଇ ଉତେଜନା ଦେଖା ଦେଇଥିଲା । ପରେ ପୋଲିସ ଓ ଉପଜିଲ୍ଲାପାଳ ଆସି ପ୍ରତିସୂତି ଦେଲାପରେ ଆନ୍ଦୋଳନ ହଟିଥିଲା । ହେଲେ ଆଜି ପୁଣି ଦିନରେ ଭାରିଯାନ ଯାଉଥିବାରୁ ଲୋକମାନେ ଉତ୍ୟକ୍ତ ହୋଇ ଜାତୀୟ ରାଜପଥ ୫୩ ଉପରେ ଗାଡିକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ । ପରେ ଘଟଣା ସ୍ଥଳକୁ କାମାକ୍ଷାନଗର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ଆସି ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।