ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

(ସର୍ବେଶ୍ୱର ପାତ୍ର): ଢେଙ୍କ।ନ।ଳ ଜିଲ୍ଲା କଙ୍କଡାହାଡ ବ୍ଲକ ସଭା ଗୃହରେ ଆଜି ତାଲୁକ ଆଇନି ସେବା କମିଟି ର ସଚେତନତା ଶିବିର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନମଙ୍ଗଳ କାର୍ୟ୍ୟ କୁ ନେଇ ଅନୁଷ୍ଠିତ ହୋଇଥିଲା । ଏଠାରେ କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ବାମାଶଙ୍କର ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଇନି ସଚେତନତା ଶିବିରରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ନୁ ପ୍ରସାଦ ଆଚାର୍ୟ୍ୟ , କାମାକ୍ଷାନଗର ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ , ସମ୍ପାଦକ ପ୍ରସନ ତ୍ରିପାଠୀ , କଙ୍କଡାହାଡ ବ୍ଲକ ବିଡିଓ ଦେବଦତ ମହାନ୍ତି,କାମାକ୍ଷାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ରତ୍ନାକର ସାମଲ,ଆଇନି ଜୀବି ସଞ୍ଜୟ ମିଶ୍ର ପ୍ରମୋଖ ରହି ଲୋକଙ୍କୁ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ । ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ଶତାଧିକ ଲୋକ ଆସିଥିଲେ ।