ହତ୍ୟାକାରୀକୁ ଗିରଫ ଦାବିରେ ଥାନା ଘେରାଉ କରିଛନ୍ତି ମହିଳା ମହାସଂଘର ଶତାଧିକ ମହିଳା

(ସର୍ବେଶ୍ୱର ପାତ୍ର): ଭୁବନ ଗ୍ୟାସ ସିଲିଣ୍ଡର ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ମହିଳା ମହାସଂଘର ଶତାଧିକ ମହିଳା । ଢେଙ୍କାନାଳ ଜିଲ୍ଲା ଭୁବନରେ ଗତ ୭ ତାରିଖରେ ଗ୍ୟାସ ସିଲିଣ୍ଡର ଫାଟି ଦୁର୍ଯ୍ୟୋଧନଙ୍କ ପତ୍ନୀ ମମତା ଓ ଝିଅ ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ହୋଇଥିଲା । ତେବେ ଉଭୟଙ୍କୁ ହତ୍ୟା କରାଯାଇଛି ବୋଲି ମମତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଦୁର୍ଯ୍ୟୋଧନଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ମହିଳା ମହାସଂଘର ଶତାଧିକ ମହିଳା ଭୁବନ ଥାନା ଘେରାଉ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । କାମାକ୍ଷାନଗର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ ଭୁବନ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ଆନ୍ଦୋଳନକାରୀ ସହ ବୁଝାସୁଝା ଜାରି ରଖିଛନ୍ତି ।