(ସର୍ବେଶ୍ୱର ପାତ୍ର) :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଆଜି ଚକ୍ଷୁ ବିଭାଗର ସୁନେତ୍ର ଯୋଜନାରେ ସ୍ୱେଚ୍ଛାସେବୀ ସଂସ୍ଥା ସାଇଟ ସେଭର ତରଫରୁ ଆଖି ଅପରେସନ ବିଭାଗ ଉଦଘାଟନ କଲେ କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧାର୍ମାନନ୍ଦ ପରିଡା ।ଏହା ଦ୍ଵାରା କାମାକ୍ଷାନଗର ଉପଖଣ୍ଡରେ ଥିବା ୪ଟି ବ୍ଲକର ଲୋକମାନେ ସୁବିଧା ପାଇବେ । ସ୍ବେଛାସେବୀ ସଂସ୍ଥା ସାଇଟ ସେଭରର ଆଞ୍ଚଳିକ ନିର୍ଦେଶକ ସୁଦୀପ୍ତ ମହାନ୍ତି , କାର୍ୟ୍ୟନିର୍ବାହୀ ସଞ୍ଜୁଜକ ଆକବର ମେହତୁଜ ଆଲମ , ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରତ୍ନାକର ସାମଲ , ଡାଃ ଦିଗମ୍ବର ସାହୁ , ଦିଲ୍ଲୀପ କର, ଅଭିିମନ୍ୟୁ ଆଚାର୍ୟ୍ୟଙ୍କ ସମେତ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।