‘ମୋ ନୂଆଁ ଗାଡି’ ଗୀତ ବୋଲି ପୁଣି ଚର୍ଚ୍ଚାରେ ଭୁବନ ବାଦ୍ୟାକାର
ଆଖିରେ କଳା ଚଷମା ଲଗାଇ ସୁସ୍ଥ ହୋଇ ପୁଣି ଟ୍ରାକକୁ ଫେରିଛନ୍ତି କାଚା ବାଦାମ୍…
(ମୁମ୍ବାଇ) : ଆଖିରେ କଳା ଚଷମା ଲଗାଇ ସୁସ୍ଥ ହୋଇ ପୁଣି ଟ୍ରାକକୁ ଫେରିଛନ୍ତି କାଚା ବାଦାମ୍… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ ଏବେ ପୁଣି ଦେଖାଇଛନ୍ତି ନିଜ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ। ତେବେ ଏଥର କାଚା ବାଦାମକୁ ନେଇ ନୁହେଁ ତାଙ୍କ ନୂଆ କାର୍କୁ ନେଇ ସେ ତିଆରି କରିଛନ୍ତି ଗୀତ। ଯାହାର ଭିଡିଓ ଏବେ ପୁଣିଥରେ ଭାଇରାଲ ହେବାରେ ଲାଗିଛି।
ସୂଚନାନୁଯାୟୀ , ବାଦାମ ବିକାଳିରୁ ସୋଶାଲ ମିଡିଆ ସେନ୍ସେସନ୍ ପାଲଟିଥିବା ଭୁବନ ନିଜ କାର୍ ଦୁର୍ଘଟଣାକୁ ନେଇ ତିଆରି କରିଦେଇଛନ୍ତି ଗୀତ। ପୁଣି ଥରେ ନିଜ ଧୁନ୍ ଜରିଆରେ ସେ ଲୋକଙ୍କୁ କରିଛନ୍ତି ମତୁଆଲା। ନିଜ ନୂଆ ଗାଡିକୁ ନେଇ ଭୁବନ ‘ଆମାର ନୂତନ ଗାଡି ତଥା ମୋ ନୂଆଁ ଗାଡି’ ବୋଲି ଗୀତ ଗାଇଛନ୍ତି। ଏହି ଗୀତ ଜରିଆରେ ଭୁବନ କାର୍ ଦୁର୍ଘଟଣା କେମିତି ହେଲା ତାହା ବଖାଣିଛନ୍ତି।