ରିଲିଜ ହେଲା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ର ଟିଜର
ଟ୍ୱିଟରରେ ଟି-ସିରିଜ୍ ଦ୍ୱାରା ‘ଝୁଣ୍ଡ’ର ୧.୩୬ ସେକେଣ୍ଡର ଏକ ଟିଜର ଭିଡିଓ ସେୟାର କରାଯାଇଛି।
(ମୁମ୍ବାଇ) : ରିଲିଜ ହେଲା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ର ଟିଜର । ଟ୍ୱିଟରରେ ଟି-ସିରିଜ୍ ଦ୍ୱାରା ‘ଝୁଣ୍ଡ’ର ୧.୩୬ ସେକେଣ୍ଡର ଏକ ଟିଜର ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ବଚ୍ଚା ପାର୍ଟି ସହିତ ଅମିତାଭ ନଜର ଆସିଛନ୍ତି। ଏହି ଫିଲ୍ମଟି ମାର୍ଚ୍ଚ ୪ ରେ ପ୍ରେକ୍ଷାଳୟରେ ରିଲିଜ୍ ହେବାକୁ ଯାଉଛି।
Naam aur Kaam dono hi anokhe hain iss toli ke ⚽#Jhund coming your way from 4th March 2022 in cinemas near you
Teaser Out Now!https://t.co/3drnikJ2sJ@SrBachchan @Nagrajmanjule #BhushanKumar #KrishanKumar #RaajHiremath #SavitaRajHiremath #GargeeKulkarni #MeenuAroraa— T-Series (@TSeries) February 8, 2022
ସୂଚନାନୁଯାୟୀ , ଏଥିରେ ବିଗ୍ ବିଙ୍କ ଦମଦାର୍ ଲୁକ୍ ଦେଖିବାକୁ ମିଳିଛି। ଫିଲ୍ମରେ ବିଗ୍ ବି ବିଜୟ ବାରସେଙ୍କ ଭୂମିକାରେ ନଜର ଆସିବେ। ବିଗ୍ ବିଙ୍କ ବ୍ୟତୀତ ଆକାଶ ଥୋସର, ରିଙ୍କୁ ରାଜଗୁରୁ, ଗଣେଶ ଦେଶମୁଖଙ୍କ ଭଳି ଷ୍ଟାର୍ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି।